୩୦ତମ ସର୍ବଭାରତୀୟ ଓ୍ଵାଇଏମ୍‌ସି କ୍ରିକେଟ୍ କପ୍ ଉଦ୍‌ଯାପିତ, ସମ୍ଵଲପୁରକୁ ହରାଇ ବରଗଡ ଚାମ୍ପିଅନ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସ୍ଥାନୀୟ ମିନି ଷ୍ଟାଡିୟମଠାରେ ୟୁଥ୍ ମାସ କ୍ଳବ୍ ପକ୍ଷରୁ ଚାଲିଥିବା ୩୦ତମ ସର୍ବ ଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଦିନ ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ଖେଳ ବରଗଡ଼ ବ୍ଲୁ ଡାଇମଣ୍ଡ ଏବଂ ସମ୍ଵଲପୁର ଆଭାର ଟାଇଗର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସମ୍ଵଲପୁର ଦଳ ପ୍ରଥମେ ବ୍ୟାଟିଂ କରି ୩୪.୧ ଓଭରରେ ସମସ୍ତ ଉଇକେଟ ହରାଇ ୧୭୭ ରନ୍ ସଂଗ୍ରହ କରିଥିଲା । ଜବାବରେ ବରଗଡ ଦଳ ୨୯.୧ ଓଭରରେ ୬ ଉଇକେଟ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରି ୪ ଉଇକେଟରେ ବିଜୟୀ ହୋଇଥିଲା । ଉଦ୍‌ଯାପନୀ ଉତ୍ସବରେ ନୂଆପଡା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ, ରାଜେନ୍ଦ୍ର ପ୍ରସାଦ ଢୋଲକିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ, ଏ.ଡି.ଏମ୍ ଅଗସ୍ତି ପ୍ରଧାନ, ବିଜେଡି ଜିଲ୍ଲା ସଭାପତି ମନୋଜ୍ କୁମାର୍ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ ଅବନୀ ରଂଜନ ଯୋଶୀ, ଓଡ଼ିଶା ଅଲମ୍ପିକ୍ ଉପସଭାପତି ଦୁଲାଲ ଚନ୍ଦ୍ର ପ୍ରଧାନ, ବିଜେଡ଼ି ଜିଲ୍ଲା ସଚୀବ କାର୍ତ୍ତିକ ଦୀପ, ଗରିବ ସେନା ସଭାପତି ରବି ମଙ୍ଗରାଜ, ମହେଶ ନିଆଲ୍, ଗୁଲାମ୍ ସୁତାର, ସମ୍ଭୁ ଗୁପ୍ତା, ହେମନ୍ତ କର, ସନ୍ତୋଷ ସୂପକାର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଓସିଏ ଉପସଭାପତି ତଥା ୟୁଥ୍ ମାସ କ୍ଳବ୍‌ର ମୁଖ୍ୟ ଆୟୋଜକ ଭୈରବ ସାହୁଙ୍କ ନେତୃତ୍ବରେ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ୱାଇ.ଏମ.ସି କ୍ରିକେଟ କ୍ଳବ୍‌ର ସଭାପତି ବାପି ଦାସ, ସମ୍ପାଦକ ତପନ୍ ବଗର୍ତ୍ତି, ସହ ସମ୍ପାଦକ ସୁଧୀର ମିଶ୍ର, ଶ୍ରୀରାମ ମିଶ୍ର, ଜୀତୁ ହୋତା, ଯାବେଦ ଖାନ୍ ପ୍ରମୁଖ ଏହି ଟୁର୍ଣାମେଣ୍ଟ ଆୟୋଜନରେ ସହଯୋଗ କରିଥିଲେ । ସମସ୍ତ ଅତିଥି ବୃନ୍ଦ ବିଜୟୀ ବରଗଡ ଦଳକୁ ଚମ୍ପିଆନ୍ ଟ୍ରଫି ସହିତ ନଗଦ ୫୦ ହଜାର ଟଙ୍କା ଏବଂ ରନର୍ସ ଅଫ୍‌ ସମ୍ଵଲପୁର ଦଳକୁ ଟ୍ରଫି ସହ ନଗଦ ୩୦ ହଜାର ଟଙ୍କା ଦେଇ ପୁରସ୍କୃତ କରିଥିଲେ । ବରଗଡ ଦଳର ପ୍ରିତମ ଜେନା ମ୍ୟାନ ଅଫ୍ ଦ ମ୍ୟାଚ୍ ଏବଂ କୁନାଲ ପଣ୍ଡା ମ୍ୟାନ୍‌ ଅଫ୍ ଦ ସିରିଜ ବିବେଚିତ ହୋଇ ପୁରସ୍କୃତ ହୋଇଥିଲେ ।

Leave A Reply

Your email address will not be published.