ଜ୍ୟୋତିଷଙ୍କ ବିୟୋଗରେ ଶୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ହୁମର ଗାଁର ବିଶିଷ୍ଟ ଜ୍ୟୋତିର୍ବିଦ ତଥା ନଦିଆ କୀର୍ତ୍ତନ ଗାୟକ ପୂର୍ଣ୍ଣଚନ୍ଦ୍ର ନାୟକ (୬୫)ଙ୍କର ରକ୍ତଚାପ ଓ ହୃଦରୋଗ ଜନିତ ଆକସ୍ମିକ ଅକାଳ ବିୟୋଗରେ ସ୍ଥାନୀୟ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ଦୀର୍ଘ ୪୫ବର୍ଷ ଧରି ହୁମର, ପିଢପାଟଣା, ପ୍ରହରାଜପୁର, ପାଞ୍ଚବାଟିଆ, ଆଳିଶ, ବାଲିଗାଁ ଆଦି ଗାଁଗୁଡିକର ଦୋଳବେଦୀରେ ପାଞ୍ଜିପଠନ ସହ ଡେଲାଙ୍ଗ ପିପିଲିର ପଲ୍ଲୀ, ଜୋକନଡୁଆ, ରେଞ୍ଚ, ପୋଷଲ, ସାଦପଡା, ହାକପଡା, ଟୋଲାପଡା, ସହଜପୁର, ରାୟଗୁରୁପୁର ଭଳି ପାଖପଡୋଶୀ ୧୬ ଖଣ୍ଡ ମଉଜାର ଛୋଟ ଶିଶୁଙ୍କ ଜାତକ ଲେଖା, ସଠିକ୍ ଗଣନା, ବିବାହ, ବ୍ରତ, ଶ୍ରାଦ୍ଧ, ଅଷ୍ଟପ୍ରହରୀ, ନାମଯଜ୍ଞ, ଘର ପ୍ରତିଷ୍ଠା, ଅନୁକୂଳ ଆଦି ସର୍ବଶୁଭ କାର୍ଯ୍ୟର ତିଥି ଓ ସମୟ ନିର୍ଣ୍ଣୟ ପୂର୍ବକ ନିଜର ଯୋଗଦାନ ଓ ମେଳାପୀ ଗୁଣ ପାଇଁ ସମସ୍ତଙ୍କର ଆଦରଣୀୟ ଥିଲେ । ଆଗକୁ ଦୋଳବେଦୀରେ ପାଞ୍ଜିପଠନ କିଏ ତୁଲାଇବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତାଙ୍କ ବିୟୋଗରେ ବରିଷ୍ଠ ବୁଦ୍ଧିଜୀବୀ ଦିବାକର ପ୍ରଧାନ, ରାଜୁ ବରାଳ, ପଞ୍ଚୁ ରାଉତ, ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ପୁର୍ଣ୍ଣଚନ୍ଦ୍ର ପରିଡ଼ା, ଗତେଶ୍ଵରଙ୍କ ସେବକ ରଘୁନାଥ ନାୟକ, ବିକ୍ରମ ନାୟକ, ସଂଗ୍ରାମ ନାୟକ, ଶିକ୍ଷକ ଅଭୟ ଚରଣ ସାହୁ, ଯୁଧିଷ୍ଠିର ପରିଡ଼ା, ଶୁଭକାନ୍ତ ପରିଡ଼ା, ମହେନ୍ଦ୍ର ବିଶ୍ବାଳ, ଶିବ ଜେନା, ଧୋଜ ପରିଡ଼ା, ଭରତ ପରିଡ଼ା, ମୂଷା ପରିଡ଼ାଙ୍କ ସହ ସ୍ଥାନୀୟ ଜନସାଧାରଣ ଗଭୀର ଶୋକ ବ୍ୟକ୍ତ କରି ସେହି ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।

Leave A Reply

Your email address will not be published.