oom

୧୯ତମ ବେଗା କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ : ଗାନ୍ଧିଜୀ କ୍ରିକେଟ କ୍ଲବ ଚମ୍ପିଆନ

jsmm

ଢେଙ୍କାନାଳ, (ତାପସ ଦାସ) : ଗଂଦିଆ ବ୍ଲକ ବେଗା ହାଇସ୍କୁଲ ମିନି ଷ୍ଟାଡିଅମ ପରିସରରେ ଉଦଯାପିତ ହୋଇଯାଇଛି ୧୯ତମ ବେଗା କିର୍କେଟ ଟୁର୍ନାମେଣ୍ଟ । ଏହି ଟୁର୍ନାମେଣ୍ଟକୁ ଶିକ୍ଷାବିତ ଚନ୍ଦ୍ରଶେଖର କାନୁନଗୋ ଓ ପୂର୍ବତବ ସରପଞ୍ଚ ପ୍ରଦୀପ କୁମାର ଦାସ ମୁଖ୍ୟ ଅତିଥି ଭାବେ ଉଦ୍‌ଘାଟନ କରିଥିବା ବେଳେ ଗ୍ରାଣ୍ଡ ଫାଇନାଲରେ ପୂର୍ବତନ ବେଗା ପଞ୍ଚାୟତର ଯୁବ ସରପଞ୍ଚ ପ୍ରଦୀପ କୁମାରଦାସଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୟୀ ଓ ରନର୍ସ ଦଳକୁ ଢେଙ୍କାନାଳ ସାଂସଦ ମହେଶ ସାହୁ ଟ୍ରଫି ପ୍ରଦାନ କରିଥିଲେ । ଏହି ଉଦ୍‌ଯାପନ ସଭାରେ ସଂଗଠନର ଡାଇରେକ୍ଟର ଟଙ୍କଧର ବାରିକ, ବଡ଼ଚଣା ବ୍ଲକର ଯୁବ ସମାଜସେବୀ ରଶ୍ମିରଂଜନ ମହାନ୍ତି, ବରିଷ୍ଠ ସାମ୍ବାଦିକ ଜିତେନ୍ଦ୍ର ପଟ୍ଟନାୟକ, ବେଗା ପଞ୍ଚାୟତ ନାଏବ ସରପଞ୍ଚ ଅଞ୍ଜନ ପାଢ଼ୀ, ସମାଜସେବୀ ସୁରଜ ମହାନ୍ତିଙ୍କ ସମେତ ବହୁ ନେତୃ ସ୍ଥାନୀୟ ବ୍ୟକ୍ତି ଉପସ୍ଥିତି ଥିଲେ । ଗ୍ରାଣ୍ଡ ଫାଇନାଲ ମ୍ୟାଚରେ ରଘୁନାଥ ଜୀଉ କ୍ରିକେଟ କ୍ଲବ କଳକଳା ଓ ଗାନ୍ଧିଜୀ କ୍ରିକେଟ କ୍ଲବ ବେଗା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ଗାନ୍ଧିଜୀ କ୍ରିକେଟ କ୍ଲବର ଆଶିଷ ଦାସ ମ୍ୟାନ ଅଫ୍‌ ଦ’ ସିରିଜ ହୋଇଥିଲେ । ଏହି ଖେଳକୁ ସୌଭାଗ୍ୟ ବେହୁରା ଓ ବିକାଶ କୁମାର ନାୟକ ପରିଚାଳନା କରିଥିବା ବେଳେ ଲିଙ୍ଗରାଜ କବି ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.