ମ.ରାମପୁର ବ୍ଳକ ଅଧ୍ୟକ୍ଷ ପଦ ଏଥର ଅଣସଂରକ୍ଷିତ ମହିଳା : ୧୯ଟି ପଂଚାୟତରୁ ୧୦ଟିରେ ମହିଳାଙ୍କ ସଂରକ୍ଷଣ

ମ.ରାମପୁର, (ହେମନ୍ତ ସାହୁ) : ଆଗାମୀ ତ୍ରିସ୍ତରୀୟ ନିର୍ବାଚନ ନିମନ୍ତେ ଚୂଡ଼ାନ୍ତ ତଥା ସଂଶୋଧିତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଏଥିରେ ମ.ରାମପୁର ବ୍ଲକ ଅଧ୍ୟକ୍ଷ ଅଣସଂରକ୍ଷିତ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ମ.ରାମପୁର ବ୍ଲକରେ ଥିବା ୧୯ଗୋଟି ପଂଚାୟତ ମଧ୍ୟରୁ ୧୦ଟି ପଂଚାୟତରେ ମହିଳାଙ୍କ ପାଇଁ ରହିଛି ସଂରକ୍ଷଣ । ତେବେ ଦୁଇ ଦୁଇ ଥର ସଂରକ୍ଷଣ ତାଲିକା ପରିବର୍ତ୍ତନ ହେବା ପରେ ଏବେ ଯେଉଁ ତାଲିକା ଆସିଛି ତାକୁ ନେଇ ତିନି ପ୍ରମୁଖ ଦଳ ନିଜକୁ ସଜ କରୁଥିବା ଦେଖାଯାଇଛି । ତେବେ ଜିଲ୍ଲା ପରିଷଦ ସଂରକ୍ଷଣରେ କିଛି ପରିବର୍ତ୍ତିନ ହୋଇନାହିଁ । ଜୋନ୍ ୩୩ରେ ଜନଜାତି ଏବଂ ୩୪ ନମ୍ବର ଜୋନ୍‌ ଅନୁସୂଚୀତ ଜନଜାତି(ମହିଳା)ଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଛି । ମ.ରାମପୁର ସଦର ପଂଚାୟତଟି ଅଣସରକ୍ଷିତ (ମହିଳା) ରହିଥିବା ବେଳେ ଏଥର ପଂଚାୟତ ଭୋଟଟି ପୁଣି ହଟଚମଟ ସୃଷ୍ଟି କରିବ ବୋଲି ସାଧାରଣରେ ଆଲୋଚନା ହେଉଛି । ତ୍ରିସ୍ତରୀୟ ନିର୍ବାଚନକୁ ନେଇ ବି ଅନେକ ସନ୍ଦିହାନ ରହିଛନ୍ତି କାରଣ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଫେବୃୟାରୀ ମାସରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଶୀର୍ଷରେ ପହଂଚିଥିବ, ତେଣୁ ଲୋକଙ୍କ ଜୀବନକୁ ନେଇ ସରକାର ଖେଳିବେ ନା ନିର୍ବାଚନକୁ ପଛକୁ ଘୁଞ୍ଚେଇବେ ସେ ନେଇ ମଧ୍ୟ ଅନେକ କଳ୍ପନା ଜଳ୍ପନା ଦେଖାଯାଇଛି ।

Leave A Reply

Your email address will not be published.