csstore

ସମାଜବାଦୀ ନେତା ପ୍ରଶାନ୍ତ ମିଶ୍ରଙ୍କ ବିୟୋଗରେ ଶୋକସଭା

ବ୍ରହ୍ମପୁର, (ରବି ରଥ) : ବିଶିଷ୍ଟ ସମାଜବାଦୀ ନେତା ପ୍ରଶାନ୍ତ ମିଶ୍ରଙ୍କ ବିୟୋଗରେ ସ୍ଥାନୀୟ ନବୀନ କାର୍ଯ୍ୟାଳୟରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ନବୀନ ସମ୍ପାଦକ ରବି ରଥଙ୍କ ସଭାପତିତ୍ୱ କରି ସ୍ୱର୍ଗତ ମିଶ୍ରଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରିବା ସହ ଜୟପ୍ରକାଶ ଆନ୍ଦୋଳନ ଓ ଡ.ରାମମନୋହର ଲୋହିଆଙ୍କ ସପ୍ତକ୍ରାନ୍ତିକୁ କାର୍ଯ୍ୟକାରୀ ପାଇଁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରି ବହୁବାର ଜେଲ ଯାଇଥିଲେ ବୋଲି କହିଥିଲେ । ଆଜୀବନ ସମାଜବାଦୀ ଚିନ୍ତାଧାରାରେ ନିଜର କାର୍ଯ୍ୟକଳାପ ସେ ଜାରି ରଖିଥିଲେ । ସ୍ୱର୍ଗତ ମିଶ୍ର ଜୟପ୍ରକାଶ ଆନ୍ଦୋଳନର ପ୍ରମୁଖ ଭୂମିକା ନେଇ ଭାରତ ବର୍ଷର ଯୁବ ଛାତ୍ର ସଂଘର୍ଷ ବାହିନୀର ସଭାପତି ଭାବେ କାର୍ଯ୍ୟ କରିଥିଲେ । ସେ ମଧ୍ୟ ଭାରତ ବର୍ଷର ପୂର୍ବତନ ବାଚସ୍ପତି ରବି ରାୟ ଓ ପ୍ରଖ୍ୟାତ ସମାଜବାଦୀ ନେତା, ପୂର୍ବତନ ସାଂସଦ କିଷନ ପଟ୍ଟନାୟକଙ୍କ ଜଣେ ଦୃଢ଼ ସମର୍ଥକ ଥିଲେ ବୋଲି ମଧ୍ୟ ଶ୍ରୀ ରଥ ପ୍ରକାଶ କରିଥିଲେ । ଏଥିରେ ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରା, ଶ୍ରମିକ ନେତା ସତ୍ୟ ନାରାୟଣ ତ୍ରିପାଠୀ, ନବୀନ ସାହିତ୍ୟ ପ୍ରତିଷ୍ଠାନର ଉପଦେଷ୍ଟା ଡ. ଡମ୍ବରୁଧର ସାହୁ, କାର୍ଯ୍ୟକାରୀ ସଭାପତି ଡା. ଶ୍ରୀବତ୍ସ ଦଳାଇ, ସାଧାରଣ ସମ୍ପାଦକ ଡା. ଚନ୍ଦ୍ରମଣି ସ୍ୱାଇଁ, ସମ୍ପାଦକ ସୁଶାନ୍ତ କର, କପିଳ ଚନ୍ଦ୍ର ମହାନ୍ତି, ପବିତ୍ର କୁମାର ଚୌଧୁରୀ, ମାନସ ରଞ୍ଜନ ତ୍ରିପାଠୀ, ମଞ୍ଜୁ ରଥ ପ୍ରମୁଖ ଉପସ୍ଥିତ ରହି ଦିବଂଗତ ନେତାଙ୍କ ସ୍ମୃତି·ରଣ କରିବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ । ପ୍ରାରମ୍ଭରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

jayashree
Leave A Reply

Your email address will not be published.