ମହିଳାଙ୍କ ଦାବୀ – ଆମକୁ ପାଇଖାନା ଦିଅ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ୱଚ୍ଛ ଭାରତ ଅଭିଯାନ ଅନୁଯାୟୀ ଭାରତର ଘରେ ଘରେ ପାଇଖାନା । ଓଡ଼ିଶାରେ ମଧ୍ୟ ଗାଁକୁ ଓ ମା’ଙ୍କୁ ସମ୍ମାନର ନାରା ତେବେ ବରଗଡ଼ ଜିଲ୍ଲାର ବରଗଡ଼ ବ୍ଲକ ଅନ୍ତର୍ଗତ କୁରୁଆ ଗ୍ରାମ ପଞ୍ଚାୟତ ଅଧୀନ ବାଉଁସେନପାଲି ଗ୍ରାମରେ ଏ ପର୍ୟ୍ୟନ୍ତ ଗୋଟିଏ ହେଲେ ପାଇଖାନା ନିର୍ମାଣ ହୋଇ ପାରିନଥିବା ଅଭିଯୋଗ । ଗ୍ରାମର ମହିଳାମାନେ ଅନେକ ଥର ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟ ଦୌଡି ନୟାନ୍ତ ହେଲା ପରେ ଗତକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି । ହେଲେ ଉକ୍ତ ଗ୍ରାମରେ ଶହେରୁ ଅଧିକ ପରିବାର ଥିବା ବେଳେ ଗ୍ରାମରେ ପାଇଖାନା ନିର୍ମାଣ ହୋଇ ସାରିଥିବା ସରକାରୀ କାଗଜପତ୍ରରେ ରହିଥିବା ସେମାନେ ଗତକାଲି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ନବୀନ ପଟେଲଙ୍କୁ ‌ଏହାର ତଦନ୍ତ ସହ ପାଇଖାନା ନିର୍ମାଣ ପାଇଁ ଦାବୀପତ୍ର ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.