jsm

ପୂର୍ବତନ ମନ୍ତ୍ରୀ, ବାଚସ୍ପତି, ସାଂସଦ ତଥା ବରିଷ୍ଠ ବିଧାୟକ କିଶୋର ମହାନ୍ତିଙ୍କ ବିୟୋଗରେ ଶୋକ

csstore

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଶାର ପୂର୍ବତନ ମନ୍ତ୍ରୀ, ବାଚସ୍ପତି, ସାଂସଦ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ବରିଷ୍ଠ ବିଧାୟକ କିଶୋର ମହାନ୍ତିଙ୍କ ଆକସ୍ମିକ ବିୟୋଗରେ ନିଖିଳ ଉତ୍କଳ ବେସରକାରୀ କଲେଜ ଶିକ୍ଷକ ସଂଘ, ବରଗଡ ଜିଲ୍ଲା ଶାଖା ତରଫରୁ ସାଧାରଣ ସମ୍ପାଦକ ପ୍ରାଧ୍ୟାପକ ପ୍ରଫୁଲ୍ଲ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ପ୍ରାଧ୍ୟାପକ ବିଦ୍ୟାଧର ଦାଶ ଗଭୀର ଶୋକ ପ୍ରକାଶ କରିଛନ୍ତି । ସ୍ୱର୍ଗୀୟ ମହାନ୍ତି ଜଣେ ମହାନ୍ ସମାଜସେବୀ ତଥା ଦଳୀୟ ସଂକୀର୍ଣ୍ଣତାର ବହୁ ଉର୍ଦ୍ଧ୍ବରେ ରହି ସମଗ୍ର ପଶ୍ଚିମ ଓଡ଼ିଶାର ଜଣେ ଜନପ୍ରିୟ ନେତା ଥିଲେ ବୋଲି ସେମାନେ କହିଛନ୍ତି ଓ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ତାଙ୍କର ପରିବାର, ବନ୍ଧୁ ବର୍ଗ ତଥା ଶୁଭେଚ୍ଛୁମାନଙ୍କୁ ସମବେଦନା ଜଣାଇଛନ୍ତି ।

yuvodaya
Leave A Reply

Your email address will not be published.