ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲନଗର ଅଂଚଳର ଜଣାଶୁଣା ସମାଜସେବୀ ଗୌରାଙ୍ଗ ଚରଣ ମଲ୍ଲିକଙ୍କ ୯୪ ବର୍ଷ ବୟସରେ ବିୟୋଗ ଘଟିଛି । ସ୍ୱର୍ଗତ ମଲ୍ଲିକ ଇସ୍ପାତ କାରଖାନାର ରିସର୍ଚ୍ଚ ଏବଂ କଣ୍ଟ୍ରୋଲ୍ ଲାବୋରେଟରୀରୁ ୧୯୮୬ ମସିହାରେ ଅବସର ଗ୍ରହଣ କରିଥିଲେ । ସେ କୋଏଲନଗର ଡି ବ୍ଲକ କାଳୀମନ୍ଦିରର ପ୍ରତିଷ୍ଠାତା ଓ ପ୍ରାକ୍ତନ ସଂପାଦକ, ସେକ୍ଟର ୫ ଅରବିନ୍ଦ ଯୋଗମନ୍ଦିରର ପ୍ରତିଷ୍ଠାତା ସଦସ୍ୟ, କୋଏଲନଗର ଅବସର ଭବନର କାର୍ଯ୍ୟକାରୀ ସଦସ୍ୟ, କୋଏଲ କ୍ଲବର ଆଜୀବନ ସଦସ୍ୟ ଥିଲେ । ତାଙ୍କ ୫ ପୁଅରୁ ବଡପୁଅ ମନମୋହନ ମଲ୍ଲିକ ଏନ୍ଆଇବିଏମ୍ଏସ୍ର ନିର୍ଦ୍ଦେଶକ, ବଡମଝିଆ ଡଃ ହରମୋହନ ମଲ୍ଲିକ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାର ଜାତୀୟ ବିଚାରକ, ମଝିଆ ପୁଅ ଜଗମୋହନ ମଲ୍ଲିକ ଇମ୍ଫା ମାଇନ୍ସ ଲୋକସମ୍ପର୍କ ବିଭାଗର ମୁଖ୍ୟ, ସାନ ମଝିଆ ଲଳିତମୋହନ ମଲ୍ଲିକ ରାଜସ୍ୱ ବିଭାଗ ଓ ସାନପୁଅ ସତ୍ୟଜିତ ମଲ୍ଲିକ ରାଉରକେଲା ଇସ୍ପାତ କାରଖାନାର ବିଦ୍ୟୁତ୍ ବିଭାଗରେ କାର୍ଯ୍ୟରତ ଅଛନ୍ତି । ବଡପୁଅ ମନମୋହନ ମୁଖାଗ୍ନି ଦେଇଥିଲେ । ସେ ଜଣେ ସରଳ ଅମାୟିକ, ବଂଧୁବତ୍ସଳ ଓ ଧର୍ମ ପରାୟଣ ବ୍ୟକ୍ତି ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।