ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା : ଲକ୍ଷାଧିକ ବସ୍ତା ଧାନ ଭିଜିଲା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗତକାଲି ସନ୍ଧ୍ୟାରୁ ଝଡ଼, କୁଆପଥର ମାଡ ସହ ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ମଣ୍ଡିରେ ବିକ୍ରି ପାଇଁ ଖୋଲା ଆକାଶ ତଳେ ଥିବା ଚାଷୀମାନଙ୍କ ଧାନ ବର୍ଷାରେ ଭିଜି ଥିବା ଜଣାପଡିଛି । ବିଶେଷ କରି ଜିଲ୍ଲାର ଅମ୍ବାଭୋନା, ଭଟଲି ଓ ବରଗଡ଼ ବ୍ଲକ ଅଞ୍ଚଳରେ ଗତ ରାତି ଓ ବର୍ତ୍ତମାନ ମଧ୍ୟ ଲଗାଣ ବର୍ଷା ହେଉଥିବାରୁ ପନିପରିବା ଚାଷୀମାନେ ମଧ୍ୟ କ୍ଷତି ଗ୍ରସ୍ତ ହୋଇଛନ୍ତି । ବିଲରେ ବର୍ତ୍ତମାନ ଟମାଟୋ, ବାଇଗଣ, ଫୁଲକୋବି, ବନ୍ଧାକୋବି କୁଆପଥର ମାଡରେ ନଷ୍ଟ ହୋଇଥିବା ବେଳେ ଶାଗ ବିଲ ନଷ୍ଟ ହୋଇଛି । ସରକାରୀ ଅଧିକାରୀମାନେ ବିଭିନ୍ନ ଅଞ୍ଚଳ ବୁଲି କ୍ଷତି ଗ୍ରସ୍ତ ଚାଷୀଙ୍କ ସହ ଆଲୋଚନା କରିଛନ୍ତି ।

Leave A Reply

Your email address will not be published.