csstore

ସଂସ୍କୃତ ବିଶାରଦ ପଣ୍ଡିତ ଦାମୋଦର ହୋତାଙ୍କ ଆତ୍ମାର ସଦଗତି ନିମନ୍ତେ ଶୋକ ପ୍ରାର୍ଥନା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ସଂଧ୍ୟାରେ ମହାନଦୀ ସାହିତ୍ୟ ସଂସଦ, ସୁବର୍ଣ୍ଣପୁରର କର୍ମକର୍ତାମାନଙ୍କ ଦ୍ୱାରା ରୟଲ୍ ଫିଲ୍ଡ ନିକଟସ୍ଥ ହନୁମାନ ମନ୍ଦିର ପ୍ରାଂଗଣରେ ପଣ୍ଡିତ ଦାମୋଦର ହୋତାଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସଭାପତି ନାଟ୍ୟଶ୍ରୀ ଗଦାଧର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପଣ୍ଡିତ ଦାମୋଦର ହୋତାଙ୍କ ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନୀରବ ପ୍ରାର୍ଥନା କରାଯିବା ସହିତ ସାଧାରଣ ସଂପାଦକ ସଂଜୀବ କୁମାର ନାୟକ, ଉପ ସଭାପତି ଡକ୍ଟର ପୁରୁଷୋତ୍ତମ ମିଶ୍ର, ଅଧ୍ୟାପକ ସୌରଭ ରଂଜନ ଖମାରୀ, ଅଭିନେତା ପ୍ରଦ୍ୟୁମ୍ନ କୁମାର ସାହୁ ଓ ଗାଳ୍ପିକ କ୍ଷୀରୋଦ ବିଶ୍ୱାଳ ଉପସ୍ଥିତ ରହି ତାଂକର ସାହିତ୍ୟିକ ଜୀବନର ସ୍ମୃତିଚାରଣ କରିଥିଲେ ।

jayashree
Leave A Reply

Your email address will not be published.