oom

ସର୍ଗିପାଲି ସ୍କୁଲରେ ଶିକ୍ଷକ ଅଭାବ ଯୋଗୁଁ ଶିକ୍ଷାଦାନ ବାଧାପ୍ରାପ୍ତ : ଡେପୁଟେସନରେ ଥିବା ଶିକ୍ଷକଙ୍କୁ ତୁରନ୍ତ ଫେରାଇବାକୁ ସ୍କୁଲ କମିଟି ପକ୍ଷରୁ ଦାବୀପତ୍ର ପ୍ରଦାନ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ଶିକ୍ଷାର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବର୍ତ୍ତମାନ ୫-ଟି ଅଧୀନରେ ସ୍ମାର୍ଟ ସ୍କୁଲ ବ୍ୟବସ୍ଥା ମଧ୍ୟ କରିଛନ୍ତି । ହେଲେ ଅନେକ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଅଭାବ ଦେଖିବାକୁ ମିଳୁଛି । ସେଥି ପ୍ରତି ସରକାର ଧ୍ୟାନ ଦେଉନଥିବା ବେଳେ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କନ୍ଦକେଲଗାଁ ପଞ୍ଚାୟତ ସର୍ଗିପାଲି ନୂତନ ଉଚ୍ଚ ବିଦ୍ୟାଳୟରେ ଗଣିତ ଓ ବିଜ୍ଞାନ ଶିକ୍ଷକ ନ ଥିବାରୁ ଛାତ୍ରଛାତ୍ରୀଙ୍କ ପାଠ ପଢା ବାଧାପ୍ରାପ୍ତ ହେଉଥିବାରୁ ସ୍କୁଲ କମିଟିର ସଦସ୍ୟ ମାନେ ଅଭିଯୋଗ କରିଛନ୍ତି । ଅଭିଯୋଗ ମତେ, ସର୍ଗିପାଲି ଉଚ୍ଚ ବିଦ୍ୟାଳୟ ଗଣିତ ଓ ବିଜ୍ଞାନ ଶିକ୍ଷକ ଶେଷଦେବ ବଢ଼େଇଙ୍କୁ ଦୀର୍ଘ ଦିନରୁ ଡେପୁଟେସନରେ ଜଲିଆଦର୍‌ହ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟକୁ ପଠାଯାଇଛି । ସ୍କୁଲ କମିଟି ତଥା ସର୍ଗିପାଲି ଗ୍ରାମବାସୀ ଏ ସମ୍ପର୍କରେ ବ୍ଳକ ଶିକ୍ଷା ବିଭାଗ କାର୍ୟ୍ୟଳୟରେ ଅନେକ ଥର ଅଭିଯୋଗ କରିଛନ୍ତି । ହେଲେ ସମାଧାନ ମଧ୍ୟ ହୋଇ ପାରିନାହିଁ ।ବର୍ତ୍ତମାନ ଷଷ୍ଠ ଶ୍ରେଣୀ ପର୍ୟ୍ୟନ୍ତ ଶ୍ରେଣୀ ପାଠ ପଢା ବିଦ୍ୟାଳୟରେ ଚାଲୁ ରହିଛି । ଶିକ୍ଷକ ନଥିବାରୁ ପାଢ଼ ପଢ଼ାରୁ ବଞ୍ଚିତ ହେଉଛନ୍ତି ପିଲାମାନେ । ସ୍କୁଲ କମିଟି ସଦସ୍ୟ ଅଯୋଧ୍ୟା ସାହୁ, ସିନ୍ଧୁସୂତା ପାତ୍ର, କେତକୀ ସାହୁ, ରୀନା ଦାସ, ବିଜେପି ନେତା ବିଜୟ ପାତ୍ର ପ୍ରମୁଖ ସଇଁନ୍ତଲା ବ୍ଳକ ଶିକ୍ଷା ଅଧିକାରୀ କାର୍ୟ୍ୟଲୟରେ ଡେପୁଟେସନରେ ଯାଇଥିବା ଶିକ୍ଷକଙ୍କୁ ତୁରନ୍ତ ସର୍ଗିପାଲି ସ୍କୁଲରେ ସ୍ଥାପିତ କରିବାକୁ ଲିଖିତ ଭାବେ ଏବିଓ ନାରାୟଣ ଭୋଇଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ଯଦି ଆଗାମୀ ଦିନରେ ଶିକ୍ଷା ବିଭାଗ ପକ୍ଷରୁ କୈ।ଣସି ପଦକ୍ଷେପ ଗ୍ରହଣ ନ କରାଯାଏ ତେବେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।

jittmm
Leave A Reply

Your email address will not be published.