pakka

ଭୀମ ଡୁଙ୍ଗରୀଠାରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଦେଓଗାଁ ସ୍ଥିତ ଭୀମପାହାଡ଼ରେ ବଲାଙ୍ଗିର ଜିଲ୍ଲା ପ୍ରାଥମିକ । ଶିକ୍ଷକ ସଂଘ ସଭାପତି ଦେବଦତ୍ତ ମେହେରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଶ୍ୟାମସୁନ୍ଦର ଦାଶ ଓ ପରାମର୍ଶଦାତା ସୁଚିତ୍ର ସୁନାଙ୍କ ଉପସ୍ଥିତିରେ ବାର୍ଷିକ ସମ୍ମିଳନୀ ଅବସରରେ ଏକ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଟିଟିଲାଗଡ଼ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଭିରାମ ମାଝୀଙ୍କୁ ତାଙ୍କର ମହତ ସେବା ନିମିତ୍ତ ସମ୍ମାନିତ କରାଯାଇଥଲା । ଅଖିଳ ଭାରତୀୟ ଶିକ୍ଷକ ଫେଡେରାସନର ପରାମର୍ଶ ଅନୁସାରେ ପୁରୁଣା ପେନ୍‌ସନ୍‌ ବ୍ୟବସ୍ଥା ଲାଗୁ କରିବା ଓ ନିୟମିତ ଶିକ୍ଷକ ନିଯୁକ୍ତି ଦେବା ଦାବୀ ଓଡିଶା ସରକାରଙ୍କଠାରେ ଉପସ୍ଥାପନ ପାଇଁ ସଭାପତି ଦେବଦତ୍ତ ମେହେର ସମସ୍ତ ସଭ୍ୟଙ୍କୁ ଅବଗତ କରାଇଥିଲେ ଏବଂ ଆନ୍ଦୋଳନ ପାଇଁ ପ୍ରସ୍ତୁତ ରହିବାକୁ ସଂଘୀୟ କର୍ମକର୍ତାମାନଙ୍କୁ ପରାମର୍ଶ ଦେଇଥିଲେ । ସମ୍ପାଦକ ହରେକ୍ରିଷ୍ଣା ରଥ ୨୦୨୧ରେ ଜିଲ୍ଲା ସଂଘ କରିଥିବା କାର୍ଯ୍ୟ ଓ ୨୦୨୨ ପାଇଁ ଯୋଜନା ଉପସ୍ଥାପନ କରିଥିଲେ । ସୁଚିତ୍ର ସୁନା ସଂଘର ଆଭିମୁଖ୍ୟ ତଥା ଶିକ୍ଷାର ବିକାଶ ଉପରେ ସମସ୍ତଙ୍କୁ ଅବଗତ କରାଇଥିଲେ । ସମ୍ମାନିତ ଅତିଥି ଆନନ୍ଦ କୁମାର ଯୋଶୀ ରାଜ୍ୟସ୍ତରୀୟ ପତ୍ରିକା ପାଇଁ ଲେଖା ଦେବାକୁ ଆହ୍ୱାନ ଦେଇଥିଲେ । ସଭାରେ ଟିଟିଲାଗଡ଼ ସଭାପତି ସତ୍ୟ ସାହୁ, ମୁରିବାହଲ ପ୍ରତିନିଧି ଜିତେନ୍ଦ୍ର ମାଝି, ଆଞ୍ଚଳିକ ସମ୍ପାଦକ ତପନ ଦାସ, ସହସମ୍ପାଦକ ପ୍ରକାଶ ପଣ୍ଡା, ଉପସଭାପତି ତୁଷାର କର୍ମୀ, ବସନ୍ତ ବୁଡେକ, କାର୍ଯ୍ୟକାରୀ ସମ୍ପାଦକ ରସୁଲ ଖାଁ, ଜ୍ୟୋତିର୍ମୟ ମିଶ୍ର, ରଘୁନାଥ ଷଡଙ୍ଗୀ, ସାଙ୍ଗଠନିକ ସମ୍ପାଦକ ଜୟଦେବ ବିଶି, ବରିଷ୍ଠ ଉପସଭାପତି ପ୍ରଶାନ୍ତ ପୁରୋହିତ, ଦେଓଗାଁ ସମ୍ପାଦକ ହେମନ୍ତ ସାହୁ, ରମେଶ ସା ତଥା ସଂଜୀତ ଦୋରା ପ୍ରଭୃତି ଅନୁନ୍ୟ ୭୦ ଜଣ ଶିକ୍ଷକ ପ୍ରତିନିଧି ଯୋଗଦାନ କରିଥିଲେ । ଶେଷରେ ସଂଘର ପୃଷ୍ଠପୋଷକ ମଧୁସୂଦନ ନାୟକ ସମସ୍ତ ଉପସ୍ଥିତ ସଦସ୍ୟଙ୍କୁ ଧନ୍ୟବାଦ ଦେବା ସହ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ । ପଟଣାଗଡ଼ ବାଳିପଟା ସ୍କୁଲ ଅଧ୍ୟକ୍ଷ ନିଲାଞ୍ଚଳ ପୁରୋହିତ ଶିକ୍ଷକ ସମାଜକୁ ନିଜର ସେବା ଅନୁଭୂତି ତଥା ଅବସର ପରେ ମାଗଣାରେ ଶିକ୍ଷା ସେବାରେ ନିୟୋଜିତ କରି ଆନନ୍ଦ ପାଉଥିବାର ବର୍ଣ୍ଣନା କରିଥିଲେ ।

jay balangir
Leave A Reply

Your email address will not be published.

3 × five =

error: Content is protected !!