csstore

ତୃତୀୟ ଦିନର ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ପ୍ରଦୀପ ମହାରଥୀଙ୍କୁ ଉତ୍ସର୍ଗ କଲା ବଲାଙ୍ଗିର ବିଜେଡ଼ି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ରକ୍ତ ଭଣ୍ଡାର ଠାରେ ବଲାଙ୍ଗିର ବିଜୁ ଜନତା ଦଳର ଓଡ଼ିଶା ମୋ’ ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆଜି ତୃତୀୟ ଦିନରେ ପହଂଚିଛି । ଦଳ ତରଫରୁ ଆୟୋଜିତ ରକ୍ତଦାନ ଶିବିରରେ ଆଜି ସ୍ଵେଚ୍ଛାକୃତ ଭାବରେ ସ୍ୱେଚ୍ଛାସେବୀମାନେ ରକ୍ତ ଦାନ କରିଛନ୍ତି । ଏହି ଶିବିର ଗତ ଗାନ୍ଧୀ ଜୟନ୍ତୀ ଠାରୁ ବିଜେଡି ଓଡ଼ିଶା ମୋ ପରିବାର ଜିଲ୍ଲା ସଂଯୋଜକ ସାଗର ସଙ୍ଗମ ଶତପଥୀଙ୍କ ସଂଯୋଜନାରେ ଲୋଇସିଂହା ବ୍ଲକର ପୁର୍ବତନ ବିଜେଡି ଯୁବ ସାଧାରଣ ସମ୍ପାଦକ ନିତେଶ କୁମାର ଅଗ୍ରଓ୍ୱାଲଙ୍କ ନେତୃତ୍ୱରେ ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅଶୋକ ବରିହା, ଲୋଇସିଂହା ସମିତି ସଭ୍ୟ ନନ୍ଦ କିଶୋର ଭୋଇ, ପ୍ରକାଶ ମହାରଣା , ମଦନ ସାହୁ, ସ୍ଵରୁପ ଦାସଙ୍କ ସହଯୋଗରେ କିଶୋର ଉରେକ, ରଞ୍ଜନ ବାଗ, ରବିନ୍ଦ୍ର ବାଗ, କିଶୋର ମାଝୀ, ସୁରେଶ ବେହେରା, ଆଶିଷ ମେହେର, ପ୍ରଦୀପ ହରପାଲ, ରମେଶ ସାହୁ, ମଣ୍ଟୁ ବଗର୍ତୀ, ବିଚିତ୍ର ନନ୍ଦ, ଚୈତନ୍ୟ ମଲ୍ଲିକ, ପର୍ଶୁରାମ ପ୍ରଧାନ, ଜିତେନ୍ଦ୍ର ବେହେରା, ରୋହିତ ରାୟ, ଜୟନ୍ତ କୁମାର ରାଉତରାୟ, ଧୀରେନ ଗଡତ୍ୟା, ଭୁବନ ସେଠ୍, ସୋନୁ ମେହେର, ଅଜିତ ଭୋଇ, ସୁଶାନ୍ତ ଭୋଇ, ଘନଶ୍ୟାମ ମାଝୀ, ରିଲୁ ସୁନାନୀ, ରାକେଶ କୁମାର ସାହୁ, ସୁଦାମ ମଲ୍ଲିକ, ଧୀରଜ ବାଗ, ରାଜୀବ ପାତ୍ର, ଗୋପାଲ ନାଗ, ପଲଙ୍କ ବାଗ, ମୃତ୍ୟୁଞ୍ଜୟ ଭୋଇ, ଗୋବିନ୍ଦ ଦେବତା, ମନୋଜ ପୁଟେଲ ରକ୍ତ ଦାନ କରିଥିଲେ । ଆଜିର ଏହି ରକ୍ତଦାନ ଶିବିରକୁ ଓଡିଶାର ଖ୍ୟାତନାମା ରାଜନେତା ସ୍ଵର୍ଗତ ପ୍ରଦୀପ ମହାରଥୀଙ୍କ ନାମରେ ଉତ୍ସର୍ଗ କରାଯାଇଥିବା ସହ ମହାନ ଆତ୍ମାଙ୍କୁ ଜିଲ୍ଲା ବିଜେଡ଼ି ତରଫରୁ ଭକ୍ତିପୂର୍ଣ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଛାତ୍ର ସମ୍ପାଦକ ସୁମନ ନନ୍ଦ ।


ଏହି ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ସପ୍ତାହ ବ୍ୟାପି ଅନୁଷ୍ଠିତ ହେବାକୁ ଥିବାବେଳେ ଆସନ୍ତା କାଲି ବଲାଙ୍ଗିର ସଦର ବ୍ଲକ, ୬ ତାରିଖ ବଲାଙ୍ଗିର ପୌରାଞ୍ଚଳ, ୭ ତାରିଖରେ ଦେଓଗାଁ ବ୍ଲକ ଆନୁକୂଲ୍ୟରେ ବନ୍ଦପଡା ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଓ ୮ ତାରିଖରେ ଦେଓଗାଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଅନୁଷ୍ଠିତ ହେବ ବୋଲି ଆଇଟି ସଂଯୋଜକ ବିଭୁତି ଭୁଷଣ ମିଶ୍ର ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.