oom

ଶେଷ ହେଲା ବୌଦ୍ଧ ଜିଲ୍ଲାର କଳାକାର ଭତ୍ତା ପାଇଁ ପ୍ରାଥମିକ ଚୟନ ପ୍ରକ୍ରିୟା

jsmm

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାରେ ଚାଲିଥିବା କଳାକାର ଭତ୍ତା ପାଇଁ ପ୍ରାଥମିକ ଚୟନ ପ୍ରକ୍ରିୟା ଶେଷ ହୋଇଛି । ରବିବାର ଅନ୍ତିମ ଦିନ କଣ୍ଟାମାଳ ବ୍ଲକ ପରିସରରେ କଣ୍ଟାମାଳ ବିଡିଓ କଳାକୃଷ୍ଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଚୟନ ପ୍ରକ୍ରିୟାରେ ବିଚାରକ ଭାବରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ସାହୁ ଏବଂ ନାଟ୍ୟ ନିର୍ଦ୍ଦେଶକ ଦେବଙ୍ଗନ ମେହେର ଯୋଗଦେଇ କଳାକାର ଚୟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କଳାକାର ସଙ୍ଘର ଉପସଭାପତି ଦିବ୍ୟଶଙ୍କର ରାଉତ, ବୌଦ୍ଧ ବ୍ଲକ କଳା ସଂସ୍କୃତି ସଂଘ ଉପ‐ସଭାପତି ସ୍ୱାଧୀନ କୁମାର ପରିଡା, କଣ୍ଟାମାଳ ବ୍ଲକ କଳାକାର ସଂଘ ଉପ‐ସଭାପତି ଧର୍ମେନ୍ଦ୍ର ରଣା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ବିଭୁ ପ୍ରସାଦ ମଲ୍ଲିକ, ଜିପିଇଓ ପ୍ରମୋଦ କୁମାର ପାଢୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ହେମନ୍ତ କୁମାର ନାୟକ, କନିଷ୍ଠ ଯନ୍ତ୍ରୀ ବୈକୁଣ୍ଠ ମାଝୀ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ବିରଞ୍ଚି ନାରାୟଣ ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ । ସାମ୍ବାଦିକ ବଂଶୀଧର ମାଝୀ, ପ୍ରଭାତ କୁମାର ସାହୁ, ପୂର୍ଣ୍ଣ ଚରଣ ସାହୁ, ସୁରେନ୍ଦ୍ର କର୍ଣ୍ଣ, ନାଟ୍ୟକାର ହରିହର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । କଣ୍ଟାମାଳ ବ୍ଲକର ସମୁଦାୟ ୨୧୧ ଜଣ କଳାକାର ଭତ୍ତା ପାଇଁ ଆବେଦନ କରିଥିଲେ । ଚୟନ ପ୍ରକ୍ରିୟାରେ ୫୨ ଜଣ କଳାକାର ଅନୁପସ୍ଥିତ ଥିଲେ ଏବଂ ୧୫୯ ଜଣ କଳାକାର ଅଡ଼ିସନରେ ଅଂଶଗ୍ରହଣ କରିଥିଲେ । ୪ଦିନ ଧରି ଚାଲିଥିବା ଏହି ଚୟନ ପ୍ରକ୍ରିୟା ସଫଳତାର ସହ ଶେଷ ହୋଇଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଧରୁଆ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

jittmm
Leave A Reply

Your email address will not be published.