oom

କେଶରୀଆ ହିନ୍ଦୁ ବାହିନୀର ସଚେତନତା କାର୍ଯ୍ୟକ୍ରମ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରେ କରୋନା ମହାମାରୀ କରାଳ ରୁପ ଧରିଛି । ପ୍ରତିଦିନ ମୁଣ୍ଡ ପରେ ମଣ୍ଡ ଗଡିବାରେ ଲାଗିଛି । ଅନେକ ଚିହ୍ନା ଅଚିହ୍ନା ମୁହଁ ଏହି ମହାମାରୀର ଶିକାର ହେଲେଣି । କେତେ ପରିବାରର ଏକାଧିକ ସଦସ୍ୟ ହରାଇ ସର୍ବସ୍ୱାନ୍ତ ହେଇଛନ୍ତି । ସହରରେ କରୋନାକୁ ନେଇ କୋକୁଆ ଭୟ ସୃଷ୍ଟି ହେଲାଣି । କେତେକ ସାମାଜିକ ଅନୁଷ୍ଠାନ ଏ ସମୟରେ ହାତ ବାନ୍ଧି ଘରେ ବସିଥିବା ବେଳେ ନବନିର୍ମିତ କେଶରୀଆ ହିନ୍ଦୁ ବାହିନୀ ସାମଜିକ ଦାଇତ୍ୱ ମୁତାବକ ବଲାଙ୍ଗିର ଜନ ସାଧାରଣଙ୍କୁ ବର୍ତ୍ତମାନ ପରିସ୍ଥିତି ଉପରେ ସଚେତନ କରିବା ପାଇଁ ଆଜି ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରିଛି । ଜିଲ୍ଲା ସଭାପତି ସନ୍ତୋଷ କୁମାର ଭୋଳଙ୍କ ନେତୃତ୍ୱରେ ବାହିନୀର ବିଭିନ୍ନ କର୍ମକର୍ତ୍ତା ସାରା ସହର ବୁଲି ଲୋକଙ୍କୁ ସଚେତନ କରିବା ପାଇଁ ମାଇକ୍‌ ଯୋଗେ ସଚେତନତାର ବାର୍ତ୍ତା ଦେବା ସହ ଲୋକଙ୍କୁ ସଚେତନତା ପତ୍ର ବାଣ୍ଟି ଥିଲେ । ଏହି ସଚେତନତା ପତ୍ରରେ ଜନସାଧାରଣଙ୍କୁ ମାସ୍କ ବ୍ୟବହାର କରିବା, ସାମାଜିକ ଦୁରତା ଅବଲମ୍ବନ କରିବା, ନିୟମିତ ବ୍ୟବଧାନରେ ହାତ ଧୋଇବା, ଜରୁରୀ ନଥିଲେ ଘରୁ ନ ବାହାରିବା, ଆରୋଗ୍ୟ ସେତୁ ଆପ୍‌ ବ୍ୟବହାର କରିବା, ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରି କୋଭିଡ ପରୀକ୍ଷା କରାଇବା ଓ ସବୁଠୁ ଗୁରୁତ୍ୱପୁର୍ଣ୍ଣ ଘରେ ରହି, ସୁସ୍ଥ ରହି ଅନ୍ୟମାନଙ୍କୁ ସୁରକ୍ଷିତ ରଖିବା ପାଇଁ ନିବେଦନ କରାଯାଇଛି । ଆଜି ସକାଳୁ ବିଭିନ୍ନ ସଚେତନତା ନାରା ଦେଇ ସହର ପରିକ୍ରମା କରିବା ପରେ ବାହିନୀର ସଦସ୍ୟମାନେ ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ସାମନାରେ ଏକଜୁଟ ହୋଇ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେବା ସହ ସହରର ବିଭିନ୍ନ ସମାଜିକ ଅନୁଷ୍ଠାନ ଗୁଡିକ କରୋନା ସମୟରେ ଲୋକଙ୍କୁ ସଚେତନ କରିବା ସହ ଆବଶ୍ୟକୀୟ ସାହାଯ୍ୟ ଯୋଗାଇ ଦେବା ପାଇଁ ଆହ୍ୱାନ ଦେଇଥିଲେ ।

jittmm
Leave A Reply

Your email address will not be published.