![om academy](https://koshalaprabahalive.com/wp-content/uploads/2024/05/kkkk.jpg)
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ସାଊରିଆ ପଞ୍ଚାୟତ ଅନ୍ତର୍ଗତ ଗଙ୍ଗ ପୁରପାଟଣା ଗ୍ରାମର ସନ୍ତୋଷ କୁମାର ବଳିୟାରସିଂହ ତିନିଦିନ ତଳେ ସାଇବର ଠକେଇରେ ଶିକାର ହୋଇ ୧୬ ହାଜର ଟଙ୍କା ହରାଇଥିବା ନେଇ ଡେଲାଙ୍ଗ ହାଟ ଫାଣ୍ଡିରେ ଅଭିଯୋଗ କରିଛନ୍ତି । ସନ୍ତୋଷ କହିବାନୁସାରେ ସେ ଷ୍ଟେଟ ବ୍ୟାଙ୍କ ଓଫ୍ ଇଣ୍ଡିଆର ଟୋଲ ଫ୍ରି ନମ୍ଵରକୁ ଫୋନ କରିଥିଲେ, କିନ୍ତୁ ଫୋନ ବିଜି ଦେଖାଇଥିଲା, କିଛି ସମୟ ପରେ ତାଙ୍କ ଫୋନକୁ ଏକ କଲ୍ ଆସିଥିଲା । ସେ ଫୋନ ଉଠାଇଥିଲେ ଏସ୍ବିଆଇ ଅଫିସରୁ ମୁଁ କହୁଛି କଣ ପାଇଁ ଫୋନ କରିଥିଲ, ତା’ସହିତ କଥା ହୋଇ କହିଲେ, ମୋର ବ୍ୟାଙ୍କ ଆକାଉଣ୍ଟରୁ ମେସେଜେ ପାଇଁ ଦିନକୁ ଦୁଇ ଥର ଟଙ୍କା କଟୁଛି । ତାପରେ ସେ ସନ୍ତୋଷଙ୍କୁ ଏକ ଆପ ଲୋଡ୍ କରାଇବାକୁ କହିଲେ, ଯାହା ଫଳରେ ଆଉ ଟଙ୍କା କଟିବ ନାହିଁ ବୋଲି କହିଥିଲେ । ଆପ୍ ଲୋଡ୍ କରିବା ପରେ, ଫୋନକୁ ଯେଉଁ ଓଟିପି ନମ୍ଵର ଆସିଥିଲା ତାକୁ ସେ ମାଗିଥିଲେ । ସନ୍ତୋଷ ଓଟିପି ନମ୍ଵର ଦେଲା ପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଦୁଇ ଥରରେ ୧୬ ହାଜର ଟଙ୍କା କଟି ଯାଇଥିବା ଦୁଇଟି ମେସେଜେ ଆସିଥିଲା । ତାପରେ ସନ୍ତୋଷ ମେସେଜ ଦେଖି ବିବ୍ରତ ହୋଇପଡିଥିଲା । ତୁରନ୍ତ ସେହି ଫୋନ ନମ୍ଵର ଯୋଗାଯୋଗ କରିବାରୁ ତାହା ସୁଇଚ୍ ଅପ୍ ବତାଇଥିଲା । ତା’ପରେ ସେ ବ୍ୟାଙ୍କ ଯାଇ ବୁଝିଲେ ଯେ ସେ ଠକାମିର ଶିକାର ହୋଇଛନ୍ତି । କିନ୍ତୁ ବ୍ୟାଙ୍କ କର୍ତ୍ତୂପକ୍ଷ ଏନେଇ କୌଣସି ଆଶ୍ଵାସନା/ସହଯୋଗ କରିନଥିବା ସେ ଅଭିଯୋଗ କରିଛନ୍ତି । ତା’ପରେ ସେ ଡେଲାଙ୍ଗ ହାଟ ଫାଣ୍ଡିରେ ଏ ସମ୍ପର୍କରେ ଅଭିଯୋଗ କରିଥିବା ସୂଚନା ମିଳିଛି ।
![](https://koshalaprabahalive.com/wp-content/uploads/2021/12/d51f286e-591c-4279-b9d7-a6e70593fb18-512x1024.jpg)
![](https://koshalaprabahalive.com/wp-content/uploads/2021/12/17f56f88-f4b3-472b-ae2b-2e3f22067b9d-768x1024.jpg)
![](https://koshalaprabahalive.com/wp-content/uploads/2021/12/067aa028-02d5-40e2-ab78-abcbe1290c79-768x1024.jpg)