ହାସ୍ୟବ୍ୟଙ୍ଗ କବିତା ଆସର ଅନୁଷ୍ଠିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ସୋହେଲା ବ୍ଲକ ବେହେରାପାଲିଠାରେ ଏକ ହାସ୍ୟବ୍ୟଙ୍ଗ କବିତା ଆସର ଓ ମାଗଣା ହସ ଶିବିର ଅନୁଷ୍ଠିତ ହୋଇଯାଇଛି । କୌଶିକ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ବାରିକଙ୍କ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ସୋହେଲା ବ୍ଲକ ଚେୟାରମ୍ୟାନ୍ ଜୀବର୍ଦ୍ଧନ ବରିହା, ସମ୍ମାନିତ ଅତିଥି ଭାବେ ବିଜୟ ନାଏକ ଯୋଗ ଦେଇଥିଲେ । ବ୍ୟଙ୍ଗ କବି ଦେବେନ୍ଦ୍ର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହସ ଶିବିରରେ ସଚ୍ଚିଦାନନ୍ଦ ପଣ୍ଡା, ହରିଲାଲ ସାହୁ, ନୀତିଶ ଚନ୍ଦ୍ର ଆଚାର୍ଯ୍ୟ, ଅଧିକାରୀ ସା, ମନୋରଞ୍ଜନ ଲୁହା ସ୍ୱରଚିତ କବିତା ପାଠ କରି ବିଳମ୍ବିତ ରାତ୍ରି ପର୍ୟ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିଲେ । ସଭା ପ୍ରାରମ୍ଭରେ କବି ରୋହିତ ମେହେର ସ୍ବାଗତ ଭାଷଣ ଦେଇଥିବା ବେଳେ କେଦାରନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ୟ୍ୟକ୍ରମକୁ ସୌରଭ ସାହୁ, ହିମାଂଶୁ ସାହୁ, ସୁଦାମ ସାହୁ, ଟେକଚାନ୍ଦ ମେହେର, ବାଳକୃଷ୍ଣ ଧୀବର, ହଲଧର ମେହେରଙ୍କ ସହ ଗ୍ରାମର ବସନ୍ତ ମହୋତ୍ସବ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.