ଅଙ୍ଗନବାଡ଼ି କେନ୍ଦ୍ରରେ ପୁଷ୍ଟି ମହୋତ୍ସବ ପାଳିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ଧୁମାଭଟା ଗ୍ରାମର ପଞ୍ଚାୟତର ଅନ୍ତର୍ଗତ ଡାହିମାଲ ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ରରେ ପୁଷ୍ଟି ଉହୋତ୍ସବ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଧୁମାଭଟା ଗ୍ରାମର ସମସ୍ତ ଅଙ୍ଗନବାଡ଼ି ଓ ସିରପି ସିଏମ ଏବଂ ଆଶାଦିଦି ମାନେ ଉପସ୍ଥିତ ଥିଲେ । ଏଥିରେ ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମହିଳା, କିଶୋରୀ ବାଳିକା ମାନେ ମଧ୍ୟ ଉପସ୍ଥିତ ଥିଲେ । ପୁଷ୍ଟିକର ଖାଦ୍ୟ କ’ଣ କେଉଁ ପଦାର୍ଥରୁ ମିଳିଥାଏ ସେ ଉପରେ ସମସ୍ତଙ୍କୁ ବୁଝାଯାଇଥିଲା । ଏଥିପାଇଁ ମୁରୁଜରେ ଏକ ଖାଦ୍ୟ କୁଣ୍ଡଲି ମଧ୍ୟ ତିଆରି କରିଥିଲେ । ଦୈନନ୍ଦିନ ଜୀବନରେ ଖାଦ୍ୟର ଆବଶ୍ୟକତା ଏବଂ ଉପାଦେୟତା ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଡାହିମାଲ ଗ୍ରାମର ଅଙ୍ଗନବାଡ଼ି କର୍ମୀ ମିଲି ବୁଡେକ ଆବାହିକା ଭାବରେ କାର୍ଯ୍ୟ କରିଥିଲେ । ଏଥିରେ ସିଆରପି ସିଏମ ଅନୁଶୟା ବୁଡେକ ରୁବି ରଣା ଯଶୋବନ୍ତି ଦେଓ ଅଙ୍ଗନବାଡ଼ି କର୍ମୀ ଗଦ୍ଧର୍ବି ପର୍ଥୀ ମାଲି ଧୁମାଭଟା ୪ ଗ୍ରାମର ସ୍ବୟଂ ସହାୟକ ଦଳର କନକ ବୁଡେକ, ନିରୁପମା ନାଏକ, ଡମେନ ଧରୁଆ, ମିରା ଧରୁଆ, ନମିତା ସାହୁ, ମିନା ସାହୁ, ମଞୁ ଦେଓ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.