csstore

ବିଦ୍ୟୁତ ଖୁଣ୍ଟକୁ ଚଢ଼ି କାମ କରୁଥିବା ସମୟରେ ଚାଲିଗଲା ଯୁବକଙ୍କ ଜୀବନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ମେଲ୍‌ଛାମୁଣ୍ଡା ଥାନା ଅନ୍ତର୍ଗତ ଗୁଦେରପାଲି ଗ୍ରାମରେ ବିଦ୍ୟୁତ ଖୁଣ୍ଟକୁ ଚଢ଼ି କାମ କରୁଥିବା ସମୟରେ ଲାଇନ ଚାର୍ଜ କରିଦେବାରୁ ୨୨ ବର୍ଷ ଯୁବକ ନିରଞ୍ଜନ ସାହୁଙ୍କ ଜୀବନ ଚାଲିଯାଇଥିବା ବେଳେ ବରଗଡ଼ର ବିଦ୍ୟୁତ ଠିକାଦାରଙ୍କ ଏଯାଏଁ ଦେଖାନଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଦୀର୍ଘ ୬ ବର୍ଷ ଧରି ମାଲିକଙ୍କ ପାଖରେ କାମ କରୁଥିଲେ ମଧ୍ୟ ଆଜି ମୃତ୍ୟୁ ପରେ ନା’ ମିଳିଲା ସହାନୁଭୂତି ନା’ ଆର୍ଥିକ ସାହଯ୍ୟ । ମୃତକଙ୍କ ଶବ ବରଗଡ଼ ଖେଦାପଲି ସ୍ଥିତ ମୁଖ୍ୟ ଚିକିତ୍ସାଳୟରେ ପଡ଼ିରହିଛି, ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବ ବୋଲି ସୂଚନା ରହିଛି । ପ୍ରକାଶ ଥାଉ କି, ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ କରଲାଜୁରୀ ଗ୍ରାମରୁ ବରଗଡ଼କୁ ଆସି ପରିବାର ପୋଷଣ ପାଇଁ କାମ କରୁଥିଲେ ଜଣେ ବିଦ୍ୟୁତ ଠିକାଦାରଙ୍କ ନିକଟରେ । ମୃତ ନିରଞ୍ଜନ ସାହୁଙ୍କ ବାପା ହରି ସାହୁ ହଲିଆ ଭାବେ କାମ କରୁଥିବା ବେଳେ ଘରେ ୧୭ ବର୍ଷର ଝିଅ ଅଛନ୍ତି । ଏକ ମାତ୍ର ରୋଜଗାରିଆ ପୁଅର ମୃତ୍ୟୁରେ ସର୍ବାହରା ହୋଇପଡ଼ିଛି ପୁରା ପରିବାର ।

jayashree
Leave A Reply

Your email address will not be published.