ସାରେଙ୍ଗପଡ଼ାରେ ବିଦ୍ୟାଳୟ ବନ୍ଦ ପରେ କୈବଲ୍ୟ ଏଡ଼ୁକେସନ୍ ଫାଉଣ୍ଡେସନ୍ ଖୋଲିଲା ପାଠାଗାର

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଆଭ୍ୟନ୍ତରୀଣ ଇଲାକା ସାରେଙ୍ଗପଡ଼ାଠାରେ ଛାତ୍ରଛାତ୍ରୀ କମ୍ ଥିବା ଦର୍ଶାଇ ବିଦ୍ୟାଳୟକୁ ଅନ୍ୟତ୍ର ମିଶାଇ ଦିଆଯାଇଛି । କିନ୍ତୁ ବର୍ତ୍ତମାନ ଏହି ଗାଁରେ ଉପଯୁକ୍ତ ଛାତ୍ରଛାତ୍ରୀ ରହିଥିବା ଏକ କ୍ଷେତ୍ର ସର୍ଭେରେ ଜଣାଯିବା ପରେ କୈବଲ୍ୟ ଏଡ଼ୁକେସନ୍ ଫାଉଣ୍ଡେସନ ତରଫରୁ ଆବଶ୍ୟକୀୟ ରିପୋର୍ଟ ଜିଲ୍ଲା ପ୍ରଶାସନ ପାଖରେ ଦାଖଲ କରିବା ସହିତ ବର୍ତ୍ତମାନ ଲକଡ଼ାଉନ ଏବଂ ପ୍ରାଥମିକ ଶିକ୍ଷା ଦାନ ବନ୍ଦ ରହିଥିବା କାରଣରୁ ଗାଁରେ ଏକ ପାଠଗାର ଗତ ଦୁଇଦିନ ତଳେ ଖୋଲାଯାଇଥିବା ଜଣାଯାଇଛି । ସିଆର୍‌ସିସି ନେତ୍ରାନନ୍ଦ ସାହୁଙ୍କ ଉପସ୍ଥିତିରେ କୈବଲ୍ୟ ଏଡ଼ୁକେସନ ଫାଉଣ୍ଡେସନ୍‌ର ସଂଯୋଜକ ସାଇକିରଣ ନାଏକ ପାଠାଗର ନିମନ୍ତେ ପୁସ୍ତକ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହେନ୍ଦ୍ର ସିଂହ ଓ ପୂଜା ମଣ୍ଡଳ ଉପସ୍ଥିତ ରହିଥିଲେ । ଏହାପରେ ଗାଁରେ ଥିବା ଛାତ୍ରଛାତୀଙ୍କୁ ଏହି ପୁସ୍ତକ ନିୟମିତ ପଠନ କରିବାକୁ କୁହାଯିବା ସହିତ ଉକ୍ତ ଗ୍ରାମର ଜଣେ ଶିକ୍ଷିତ ଯୁବକ ମମନ୍ ମାଝୀଙ୍କୁ ପରିଚାଳନା ପାଇଁ ସ୍ୱେଚ୍ଛାସେବୀ ଦାୟିତ୍ୱ ଅର୍ପଣ କରାଯାଇଛି । ତେବେ ଏହି ଗାଁରେ ପାଠାଗାର ପରେ ଦୀର୍ଘ ଦେଢବର୍ଷ ପରେ ଏହି ଗାଁର ଛାତ୍ରଛାତ୍ରୀ ବହି ପଢି ଆନନ୍ଦ ଅନୁଭବ କରୁଥିବା ବେଳେ ଆଗାମୀ ଦିନରେ ଗାଁରେ ବିଦ୍ୟାଳୟର ପୁର୍ନଆରମ୍ଭ ପାଇଁ ଅବିଭାବକମାନେ ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.