csstore

କୋଭିଡ କଟକଣା ଯୋଗୁଁ ଧନୁଯାତ୍ରା ସ୍ଥଗିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିଶ୍ଵ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ମହୋତ୍ସବ କୋଭିଡ କଟକଣା ଯୋଗୁଁ ଚଳିତବର୍ଷ ସ୍ଥଗିତ ରଖାଯାଇଛି । ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଧନୁଯାତ୍ରା କାର୍ଯ୍ୟକାରୀ କମିଟିର ବୈଠକ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଧନୁଯାତ୍ରା ମହୋତ୍ସବ ସମିତିର ଅଧକ୍ଷା ତଥା ବରଗଡ଼ ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସରକାରଙ୍କ କୋଭିଡ୍‌ ଗାଇଡ ଲାଇନ ଅନୁସାରେ ଯେହେତୁ ଧନୁଯାତ୍ରା ଭଳି ଏକ ବହୁଜନ ସମାଗମ କାର୍ଯ୍ୟକ୍ରମ ଆୟୋଜନ ସମ୍ଭବ ପର ନୁହେଁ ତେଣୁ ଏହାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯିବାକୁ ସ୍ଥିର କରାଯାଇଥିଲା । ଆସନ୍ତା ଜାନୁୟାରୀ ମାସ ଯଦି ନୂଆ ଗାଇଡ ଲାଇନ ଅନୁସାରେ ଏହା ଆୟୋଜନ କରିବା ସମ୍ଭବ ହେବ ତା’ ହେଲେ ଆଉ ଥରେ କାର୍ଯ୍ୟକାରୀ କମିଟିର ବୈଠକ ଅନୁଷ୍ଠିତ ହୋଇ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି କମିଟିର ଅଧ୍ୟକ୍ଷା ତଥା ଜିଲ୍ଲାପାଳ ମୋନୀଷା ବାନାର୍ଜୀ ସୂଚିତ କରିଥିଲେ । ତେବେ ବର୍ତ୍ତମାନ ପାଇଁ ଧନୁଯାତ୍ରା ସ୍ଥଗିତ ରଖାଯାଇଛି ବୋଲି କହିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, ଡେପୁଟି କଲେକ୍ଟର ସୁମତି ପଣ୍ଡା, ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ଵର ଶତପଥୀ, ବରିଷ୍ଠ ଆଇନଜୀବୀ ଅଚ୍ୟୁତାନନ୍ଦ ମହାପାତ୍ର, ପ୍ରଭାତାଦିତ୍ୟ ମିଶ୍ର, ଅଶୋକ ବେହେରା, ଗୋପାଳ ଦାସ, ନେହେରୁ ସରାଫ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.