pakka

ସଂଗୀତ ଶିଳ୍ପୀ ରୀତାରାଣୀ ମିଶ୍ର ମହାପାତ୍ରଙ୍କ ଦେହାନ୍ତ

bbehera

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସଂଗୀତ ଶିଳ୍ପୀ ତଥା ଭାଓଲିନ୍ ବାଦକ ବଲାଙ୍ଗିରର ରୀତାରାଣୀ ମିଶ୍ର ମହାପାତ୍ରଙ୍କ ୪୮ ବର୍ଷ ବୟସରେ ଆଜି ସକାଳ ସାଢେ ୫ଟାରେ ଦେହାନ୍ତ ହୋଇଯାଇଛି । ଆକସ୍ମିକ ଭାବେ ଦେହ ଖରାପ ହେବାରୁ ପ୍ରଥମେ ବଲାଙ୍ଗିରରେ ଚିକିତ୍ସା ପରେ ବୁର୍ଲାର ଏକ ଘରୋଇ ହସପିଟାଲରେ ଚିକିତ୍ସା ପାଇଁ ସ୍ଥାନାନ୍ତରଣ ହୋଇ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ଆକସ୍ମିକ ମୃତ୍ୟୁ ହୋଇଯାଇଛି । ସ୍ୱର୍ଗୀୟା ରୀତାରାଣୀଙ୍କ ପରଲୋକରେ ଜନ୍ମମାଟି ସୁବର୍ଣ୍ଣପୁର ଓ କର୍ମଭୂମି ବଲାଙ୍ଗିର ସମେତ ପଶ୍ଚିମ ଓଡିଶାର କଳାଜଗତରେ ଶୋକର ଛାୟା ଖେଳିଯାଇଛି । ସ୍ବର୍ଗୀୟା ରୀତାରାଣୀ ମିଶ୍ର ମହାପାତ୍ର ଶଲାବୁଢାର ଲେଖକ କପିଳେଶ୍ୱର ମହାପାତ୍ରଙ୍କ କନିଷ୍ଠା ଝିଅ ଓ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ସାନ ଭଉଣୀ ଥିଲେ । ମୃତ୍ୟୁଶଯ୍ୟା ନିକଟରେ ସ୍ବାମୀ ଡା.ବିଷ୍ଣୁପ୍ରସାଦ ମିଶ୍ରଙ୍କ ସହ ଭାଇ ସୁଶାନ୍ତ ମହାପାତ୍ର ଓ ମଣ୍ଟୁ ମହାପାତ୍ରଙ୍କ ସମେତ ନିକଟ ପରିବାରର ସଂପର୍କୀୟମାନେ ଉପସ୍ଥିତ ଥିଲେ । ଦିବଂଗତା ରୀତାରାଣୀଙ୍କ ୨ଟି ପୁଅ ଥିବାବେଳେ ବଡପୁଅ ଜୀତାମିତ୍ର ବିଜୁ ପଟ୍ଟନାୟକ ଫିଲ୍ମ ପ୍ରତିଷ୍ଠାନରେ ଅଧ୍ୟୟନରତ ଥିବା ବେଳେ ସାନପୁଅ ଉଦିତ୍ ବିକାଶ ଶିକ୍ଷାନୁଷ୍ଠାନରେ ପାଠ ପଢୁଛନ୍ତି । ବଲାଙ୍ଗିରସ୍ଥିତ ଘରେ ବଂଧୁ ତଥା ପରିବାର ସ୍ବଜନ ଶେଷ ଦର୍ଶନ କରି ଦିବଂଗତ ଆତ୍ମାକୁ ଶ୍ରଦ୍ଧାଞଳି ଦେଇଛନ୍ତି । ପରେ ପରେ ସ୍ଥାନୀୟ ଶଶ୍ମାନରେ ଅନ୍ତେଷ୍ଟି କ୍ରିୟା କରାଯାଇଛି ।

Leave A Reply

Your email address will not be published.

19 − six =