oom

ଡେଲାଙ୍ଗରେ ଶିଶୁ ଅଧିକାର ସୁରକ୍ଷା ଅଭିଯାନ ରଥକୁ ସ୍ୱାଗତ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଶିଶୁମାନଙ୍କୁ ସମାଜରେ ସୁପ୍ରତିଷ୍ଠିତ କରିବା ଲକ୍ଷ୍ୟ ନେଇ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ୪୦ ଦିନିଆ ଶିଶୁ ଅଧିକାର ସୁରକ୍ଷା ଜନସଚେତନତା ଅଭିଯାନ ରଥକୁ ମଙ୍ଗଳବାର ଡେଲାଙ୍ଗ ବ୍ଲକ କାର୍ଯ୍ୟଳୟ ପରିସରରେ ସ୍ୱାଗତ କରାଯାଇଛି । ମଣ୍ଡଳ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡ଼ଙ୍ଗୀ ଫୁଲମାଳ ଦେଇ ସ୍ୱାଗତ କରିଥିଲେ ଏବଂ ମିଶନ ଶକ୍ତି ମହିଳା ମହାସଂଘ ସଭାନେତ୍ରୀ ବିଦ୍ୟୁଲତା ସ୍ୱାଇଁ, ସମ୍ପାଦିକା ବାସନ୍ତୀ ସାହୁ, ପ୍ରତିମା ଦାସ, ବନିତା ଦାଶ ସମେତ ସ୍ୱୟଂ ସାହାୟକ ଗୋଷ୍ଟୀର ସଭ୍ୟାମାନେ ଚିତା ପକାଇ ପ୍ରଦୀପ ଜାଳି ଶିଶୁ ଅଧିକାର ଅଭିଯାନ ରଥକୁ ବନ୍ଦାପନା କରିଥିଲେ । ପୁରୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଆଇନ ପର୍ୟ୍ୟବେକ୍ଷକ ସନ୍ତୋଷ କୁମାର ସାହୁ, ସୁପରଭାଇଜର ସୌମ୍ୟ ହୋତା, ସମାଜିକ କର୍ମୀ ବିଜୟ କୁମାର ପରିଡା ପ୍ରମୁଖ ଏହି ସଚେତନତା ଅଭିଯାନର ଆଭିମୁଖ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ବିଡ଼ିଓ ଶ୍ରୀ ଷଡ଼ଙ୍ଗୀ ଶିଶୁ କିପରି ସବୁ ଦିଗରେ ସୁରକ୍ଷିତ ହୋଇ ସମାଜରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଭାବେ ଛିଡା ହୋଇପାରିବ ସେ ଦିଗରେ ଆଲୋକପାତ କରିଥିଲେ । ବାଲ୍ୟବିବାହକୁ ବିରୋଧ କରିବା, ଶିକ୍ଷାକୁ ପ୍ରଧାନ୍ୟ ଦେବା, ଶିଶୁକୁ ହିଂସା, ନିର୍ୟ୍ୟାତନା, ଯୌନ ଶୋଷଣରୁ ସୁରକ୍ଷିତ ରଖିବା, ପିଲାମାନଙ୍କର ମାନସିକ ସ୍ୱାସ୍ଥ୍ୟ ସୁରକ୍ଷା ଓ ଯତ୍ନ ସୁନିଶ୍ଚିତ କରିବା ନେଇ ଏହି ସୁରକ୍ଷା ରଥ ଡେଲାଙ୍ଗ ପରିକ୍ରମା କରିଥିଲା । ସେହିପରି ଶିଶୁ ଅଧିକାର ଅଭିଯାନ ରଥକୁ ଡେଲାଙ୍ଗ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ଓ ବରିଷ୍ଟ ଶିକ୍ଷକ ଉମେଶ ଚନ୍ଦ୍ର ଦାସ ପ୍ରମୁଖଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ପିଲାମାନେ ଉପସ୍ଥିତ ରହି ସ୍ୱାଗତ କରିଥିଲେ ।

jittmm
Leave A Reply

Your email address will not be published.