ଉତ୍ତରପ୍ରଦେଶ, ଗୋରଖପୁରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କେତେକ ବିକାଶମୂଳକ ପ୍ରକଳ୍ପ ଲୋକାର୍ପିତ

• ଏମ୍ସ, ସାରକାରଖାନା ଓ ଆଇସିଏମ୍‌ଆର କେନ୍ଦ୍ର ଉଦ୍‌ଘାଟିତ
• ଦ୍ୱୈତ ଇଞ୍ଜିନ ସରକାର ବିକାଶମୂଳକ କାର୍ୟ୍ୟର ଗତିକୁ ଦ୍ୱିଗୁଣିତ କରେ-ପ୍ରଧାନମନ୍ତ୍ରୀ
• “ଯେଉଁ ସରକାର ବଞ୍ଚିତ ଓ ଶୋଷିତଙ୍କ କଥା ଚିନ୍ତା କରେ ଓ କଠିନ ପରିଶ୍ରମ କରେ ସେ ତାର ସୁଫଳ ପାଇବ”
• “ଆଜିର ଘଟଣା ହେଉଛି ନବଭାରତ ସଂକଳ୍ପର ପ୍ରାମାଣିକ ତଥ୍ୟ ଯାହା ପାଇଁ କିଛି ବି ଅସମ୍ଭବ ନୁହେଁ”
• “ଆଖୁ ଚାଷୀଙ୍କ ସୁବିଧା ପାଇଁ ଉତ୍ତରପ୍ରଦେଶ ସରକାର ଧନ୍ୟବାଦର ପାତ୍ର”

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଉତ୍ତରପ୍ରଦେଶର ଗୋରଖପୁରଠାରେ ବିଭିନ୍ନ ବିକାଶମୂଳକ କାର୍ୟ୍ୟକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ପ୍ରଧାନମନ୍ତ୍ରୀ ଗୋରଖପୁରଠାରେ ଏମ୍ସ ଏବଂ ସାରକାରଖାନା ସହିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର (ଆଇସିଏମ୍‌ଆର)ନୂତନ ଭବନ ପାଇଁ ଉତରପ୍ରଦେଶ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ପାଞ୍ଚ ବର୍ଷ ପୂର୍ବରୁ ଏମ୍ସ ଓ ସାରକାରଖାନା ଉଭୟର ଶିଳାନ୍ୟାସ କରିଥିବା ସ୍ମୃତିଚାରଣ କରି ଆଜି ତାହାର ଉଦ୍‌ଘାଟନ, ସରକାର ହାତକୁ ନେଉଥିବା କାର୍ଯ୍ୟ ଶେଷ କରିବା ଏକ କର୍ମ ସଂସ୍କୃତି ହୋଇଛି ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ଏକ ଦ୍ୱୈତ ଇଞ୍ଜିନ ସରକାର କାର୍ଯ୍ୟ କରେ , ସେତେବେଳେ ଉନ୍ନୟନମୂଳକ କାର୍ୟ୍ୟକୁ ତ୍ୱରାନ୍ୱିତ କରିବା ଗତି ମଧ୍ୟ ଦୁଇଗୁଣ ହୋଇଥାଏ । ଯେତେବେଳେ ଭଲ ଅଭିପ୍ରାୟ ରଖି କାର୍ୟ୍ୟ କରାଯାଇଥାଏ, ସେତେବେଳେ ବିପର୍ଯ୍ୟୟ ମଧ୍ୟ କୌଣସି ବିଘ୍ନ ଘଟାଇ ପାରେ ନାହିଁ । ଯେତେବେଳେ ଗୋଟିଏ ସରକାର ଗରିବ, ଅବହେଳିତ ଓ ବଞ୍ଚିତ ଲୋକମାନଙ୍କ କଥା ବୁଝେ, ଏହା କଠିନ ପରିଶ୍ରମ କରିଥାଏ ସେମାନଙ୍କ ହିତ ମଧ୍ୟ ସାଧନ କରିଥାଏ । ଯେତେବେଳେ ନବଭାରତ ସଂକଳ୍ପବଦ୍ଧ, ସେତେବେଳେ କିଛି ମଧ୍ୟ ଅସମ୍ଭବ ଯେ ନୁହଁ, ଆଜିର ଘଟଣା ତା’ର ପ୍ରମାଣ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକ ତ୍ରିମୁଖୀ ପଦକ୍ଷେପ ସ୍ୱରୂପ ସରକାର ଶତପ୍ରତିଶତ ନିମ ପ୍ରଲୋପଯୁକ୍ତ ୟୁରିଆ ପ୍ରବର୍ତ୍ତନ କରି ଏହାର ଅପବ୍ୟବହାର ବନ୍ଦ କରିଛନ୍ତି । କୋଟି କୋଟି ଚାଷୀଙ୍କୁ ମୃତିକା ସ୍ୱାସ୍ଥ୍ୟ କାର୍ଡ ଯୋଗାଇ ଦିଆଯାଇଛି, ଯାହା ଫଳରେ ସେମାନେ ନିଜର ଜମି ପାଇଁ ଆବଶ୍ୟକ ମୁତାବକ ସାର ସ୍ଥିର କରିପାରିବେ । ସରକାର ୟୁରିଆ ଉତ୍ପାଦନ ବୃଦ୍ଧି ନିମନ୍ତେ ଗୁରୁତ୍ୱ ଦେଉଛନ୍ତି । ବାଦ୍‌ପଡିଥିବା ସାର କାରଖାନାଗୁଡିକୁ ଜୋର ଜବରଦସ୍ତ ଅଧିକ ସାର ଉତ୍ପାଦନ ନିମନ୍ତେ ପୁଣି ଖୋଲାଯାଉଛି । ଦେଶରେ ଆଉ ପାଞ୍ଚଟି ସାର କାରଖାନା ବିଭିନ୍ନ ସ୍ଥାନରେ ନିର୍ମିତ ହେଲା ପରେ ଦେଶ ପାଇଁ ୬୦ଲକ୍ଷ ଟନ୍ ୟୁରିଆ ଉପଲବ୍ଧ ହେବ ବୋଲି ଶ୍ରୀ ମୋଦୀ କହିଥିଲେ ।

ନିକଟରେ ଆଖୁ ଚାଷୀମାନଙ୍କ ନିମନ୍ତେ ଅଭୂତପୂର୍ବ କାର୍ୟ୍ୟ କରିଥିବାରୁ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶ ସରକାରଙ୍କୁ ପ୍ରଶଂସା କରିଥିଲେ । ଆଖୁଚାଷୀଙ୍କୁ ସହାୟକ ମୂଲ୍ୟ ଏକାଥରକେ ତିନିହଜାର ଟଙ୍କା ଅଧିକ ପ୍ରଦାନ କରାଯାଉଛି ଯାହାକୁ ବିଗତ ଦଶବର୍ଷ ମଧ୍ୟରେ ହୋଇ ନ ଥିଲା ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାଧୀନତା ପରେ ଚଳିତ ଶତାବ୍ଦୀର ପ୍ରାରମ୍ଭ ପର୍ୟ୍ୟନ୍ତ ଦେଶରେ ଗୋଟିଏ ବୋଲି ଏମ୍ସ ଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ଆଉ ଛଅଟି ଏମ୍ସକୁ ଅନୁମୋଦନ କରିଥିଲେ । ଗତ ସାତବର୍ଷ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ସାତଟି ଏମ୍ସ ନିର୍ମାଣ କାର୍ଯ୍ୟ ଚାଲିଛି । ଦେଶର ପ୍ରତ୍ୟେକ ଜିଲ୍ଲାରେ ଅନୂନ୍ୟ ଗୋଟିଏ ଲେଖାଏଁ ମେଡିକାଲ କଲେଜ ରଖିବା ତାଙ୍କ ସରକାରଙ୍କ ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗୋରଖପୁର ଅଞ୍ଚଳରେ ସାର କାରଖାନାର ଗୁରୁତ୍ୱ ଉଭୟ ଚାଷୀ ଓ କର୍ମନିଯୁକ୍ତି ନିମନ୍ତେ କେତେ ଗୁରୁତ୍ୱପୂର୍ଣ୍ଣ ସମସ୍ତେ ଜାଣନ୍ତି । ଏହାର ଗୁରୁତ୍ୱ ଉପଲବ୍ଧି କରି ମଧ୍ୟ ପୂର୍ବ ସରକାରମାନେ ଏସବୁ ଖୋଲିବାକୁ ପ୍ରୟାସ କରି ନ ଥିଲେ । ସମସ୍ତେ ଜାଣନ୍ତି ଯେ ଗୋରଖପୁରରେ ଏମ୍ସ ଖୋଲିବା ପାଇଁ ବର୍ଷ ବର୍ଷ ଧରି ଦାବି ହୋଇ ଆସୁଥିଲା । ମାତ୍ର ୨୦୧୭ ପୂର୍ବରୁ ଯେଉଁମାନେ ରାଜ୍ୟରେ ଶାସନ କରୁଥିଲେ ସେମାନେ ଗୋରଖପୁରରେ ଏମ୍ସ ସ୍ଥାପନ ପାଇଁ ଜମି ଯୋଗାଇବାକୁ ଅନେକ ବାହାନା କରି ଏଡାଇ ଚାଲିଲେ । ପ୍ରଧାନମନ୍ତ୍ରୀ ସେ ଅଞ୍ଚଳରେ ଜାପାନୀ ମସ୍ତିସ୍କଜ୍ୱର ହ୍ରାସ ସହ ଡାକ୍ତରୀ ଭିତ୍ତିଭୂମି ବୃଦ୍ଧି କଥା କହିଥିଲେ । ଏମ୍ସ ଓ ଆଇସିଏମଆର କେନ୍ଦ୍ର ଖୋଲିବା ସହ ଜାପାନୀ ମସ୍ତିଷ୍କ ଜ୍ୱର ଉପଚାର ଆହୁରି ଭଲଭାବେ ହୋଇପାରିବ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ଶକ୍ତି ରାଜନୀତି, ସ୍ୱେଚ୍ଛାଚାରିତା, ଦୁର୍ନୀତି ଓ ବାହୁବଳୀ ପ୍ରଭାବ ରାଜ୍ୟକୁ ଅତୀତରେ ଲୋକଙ୍କୁ ଦୁର୍ଦ୍ଦଶାଗ୍ରସ୍ତ କରିଥିବାରୁ ତାହାର ସମାଲୋଚନା କରିଥିôଲେ । ଏପ୍ରକାର ଶକ୍ତିଙ୍କ ବିରୁଦ୍ଧରେ ସତର୍କ ରହିବାକୁ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଆମ ସରକାର ସରକାରୀ ଗୋଦାମ ଖୋଲି ଦେଇଛନ୍ତି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଘରକୁ ଯେପରି ଖାଦ୍ୟଶସ୍ୟ ପହଞ୍ଛିବ ସେଥିରେ ଲାଗପଡିଛନ୍ତି । ପ୍ରାୟ ୧୫କୋଟି ଉତ୍ତରପ୍ରଦେଶ ବାସୀ ଏହାର ସୁବିଧା ପାଉଛନ୍ତି ବୋଲି ସେ କହିଥିଲେ । ନିକଟରେ ଗରିବ କଲ୍ୟାଣ ଅନ୍ନ ଯୋଜନା ହୋଲି ପରକୁ ମଧ୍ୟ ସମ୍ପ୍ରସାରିତ ହୋଇଛି । ପୂର୍ବ ସରକାରଗଣ ଅପରାଧୀମାନଙ୍କୁ ସୁରକ୍ଷା ଦେଇ ଉତ୍ତରପ୍ରଦେଶର ନାମକୁ କଳଙ୍କିତ କରିଥିଲେ । ଆଜି ମାଫିଆମାନେ କାରଗାରରେ ସଜ୍ଜା କାଟୁଥିବାବେଳେ, ପୁଞ୍ଜି ବିନିଯୋଗକାରୀ ଉତ୍ତରପ୍ରଦେଶରେ ବିନିଯୋଗ ଅବାଧରେ କରୁଛନ୍ତି । ତାହା ହିଁ ଡବଲ ଇଞ୍ଜିନର ଦିଗୁଣା ବିକାଶ । ସେଥିପାଇଁ ଉତ୍ତରପ୍ରଦେଶର ଡବଲ ଇଞ୍ଜିନ ସରକାର ଉପରେ ବିଶ୍ୱାସ ରହିଛି ବୋଲି ସେ କହିଥିଲେ।

Leave A Reply

Your email address will not be published.

four × four =