pakka

ବେଲପଡା ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟରେ ତାଲା : ସରକାରୀ ଯୋଜନାରୁ ଚାଷୀ ବଞ୍ଚିତ

bbehera

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକରେ ଥିବା ମୃତ୍ତିକା ସଂରକ୍ଷଣ କାର୍ୟ୍ୟାଳୟ ବର୍ଷ ସାରା ବନ୍ଦ ରହି ବର୍ତ୍ତମାନ ଭୂତକୋଠି ଅବସ୍ଥାରେ ପଡିରହିଛି । ଜିଲ୍ଲାରେ ମୃତ୍ତିକା ସଂରକ୍ଷଣ ବିଭାଗ ତରଫରୁ ବିଭିନ୍ନ ଜଳ ବିଭାଜିକା, ମୋ ପୋଖରୀ, ଆମ୍ଭ ଗଛ ରୋପଣ ଓ ଜମି ଉନ୍ନତିକରଣ କାର୍ୟ୍ୟକ୍ରମ ମନରେଗା ଯୋଜନାରେ କରାଯାଉଅଛି । ବେଲପଡା ବ୍ଲକ ଏକ ଦାଦନ ପ୍ରବଣ ବ୍ଲକ ଅଟେ । ଦାଦନ ରୋକିବାରେ ମୃତ୍ତିକା ସଂରକ୍ଷଣ ବିଭାଗ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ କିନ୍ତୁ ଏଠାରେ ଥିବା ଅଫିସରେ ସବୁବେଳେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି । ଯାହାଫଳରେ କି ଚାଷୀମାନେ ଅନେକ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହେଉଛି । ସରକାରଙ୍କର ବିଭିନ୍ନ ଯୋଜନାର ସୁଫଳ ପାଉନାହାନ୍ତି । ଚାଷୀମାନଙ୍କଠାରୁ ଶୁଣିବାକୁ ମିଳୁଛି କି ଏଠାରେ ଅବସ୍ଥାପିତ ଅଧିକାରୀ ଓ କର୍ମଚାରୀ ଗଣ ପାଟଣାଗଡଠାରେ ରହି ବେଲପଡା ବ୍ଲକକୁ ପରିଚାଳନା କରୁଛନ୍ତି । ସରକାରଙ୍କ ନିୟମାନୁସାରେ ଅଧିକାରୀମାନେ କାର୍ୟ୍ୟାଳୟରେ ରହିବାକୁ ନିର୍ଦ୍ଦେଶ ଥିବା ବେଳେ ତାହା ଉଲଂଘନ କରାଯାଇଥିବା ଅଭିଯୋଗ ହେଉଛି । ବେଲପଡା ମୃତ୍ତିକା ସଂରକ୍ଷଣ ଦାୟିତ୍ଵରେ ଥିବା ଅଧିକାରୀ ଅନୁପସ୍ଥିତ ରହୁଥିବା ଅଭିଯୋଗ ହୋଇଛି । ତେଣୁ ଜିଲ୍ଲାପାଳ ଓ ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ ଏହି ବେଲପଡା ବ୍ଲକ ଉପରେ ନଜର ରଖି ପୂର୍ବପରି ଅଫିସ ଖୋଲିବାର ବ୍ୟବସ୍ଥା କରିବାକୁ ଚାଷୀମାନେ ଦାବୀ କରୁଛନ୍ତି ।

Leave A Reply

Your email address will not be published.

fourteen + 9 =