oom

ଡ. ଭୀମରାଓ ଆମ୍ବେଦକରଙ୍କ ୬୬ ତମ ମହା ପରିନିର୍ବାଣ ଦିବସ ପାଳିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ପଞ୍ଚାୟତ ସ୍ତରୀୟ ଲକ୍ଷେ ଘର ଗଣ୍ଡା ସାମାଜ ତରଫରୁ ଭାରତର ଆଇନ୍ ପ୍ରଣେତା ଭାରତ ରତ୍ନ ଡ. ଭୀମ ରାଓ ଆମ୍ବେଦକରଙ୍କ ମହା ପରିନିର୍ବାଣ ଦିବସ ସ୍ଥାୟୀ ସଭାପତି ଲଲିତ ଜଗତଙ୍କ ସଭାପତିତ୍ୱରେ ଭୂତମୁଣ୍ଡା ଗ୍ରାମଠାରେ ଅନୁଷ୍ଠିତ ହୋଇଥିଲା । ଏହି ଦିବସରେ ପ୍ରଥମେ ଡ. ଭୀମ ରାଓ ଆମ୍ବେଦକରଙ୍କ ଫଟୋଚିତ୍ରରେ ସମସ୍ତେ ମାଲ୍ୟାର୍ପଣ କରି ତାଙ୍କ ଜୀବନୀ ବିଷୟରେ ଆଲୋଚନା କରାଯାଇଥିଲା । ପ୍ରଥମେ ସ୍ଥାନୀୟ ସଭାପତି ଶ୍ରୀ ଜଗତଙ୍କୁ ଜାମସେଠ ଜୋନ୍ ସମ୍ପାଦକ ଗଣେଶ ସୁନା ପୁଷ୍ପମାଲ୍ୟ ଦେଇ ସମ୍ମାନୀତ କରିଥିଲେ । ଶିକ୍ଷକ ଦିନମଣି ସୁନା ପରିଚୟ ପ୍ରଦାନ କରିଥିବା ବେଳେ ସଭାକୁ ଶ୍ରୀ ଜଗତ ପରିଚାଳନା କରିଥିଲେ । ତା’ପରେ ଆମ୍ବେଦକରଙ୍କ ଜୀବନୀ ଉପରେ ସଂଚାର ମାଧ୍ୟମରେ ପରିବେଷଣ କରିଥିଲେ ସଂଚାର ବାହକ ଗଣେଶ ସୁନା ଓ ତାଙ୍କ ସାଥୀ । ଏହି କଳାକାରମାନଙ୍କୁ ସମ୍ମାନୀତ କରିଥିଲେ ଦିନମଣି ସୁନା । ଶେଷରେ ସଭାକୁ ସମ୍ପାଦକ ଶଙ୍କର୍ଷଣ କନ୍ଧେର ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଉପସଭାପତି ନିଶାମଣି ମହାନନ୍ଦ, କୋଷାଧ୍ୟକ୍ଷ ହରିରାମ ତାଣ୍ଡି, ଚପରାସି ବାଲେକରାମ ବେନିଆ, ରାଜେଶ ମହାନନ୍ଦ, ଦୁଲପ୍ ହରିପାଲ୍, ସୁଜିତ କୁମ୍ଭାର, ପ୍ରେମୀ ବାଗ, ଗଜିନ୍ଦ୍ର ବାଗ, ଯୁଧିଷ୍ଠିର ବିଭାର, ହରି ଭରାସାଗର ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.