oom

ବିଜୁ ଗଭୀର ନଳକୂପ : ୫ ବର୍ଷ ଧରି ପାଣି ପାଇଁ ମରିଚିକା ପଛରେ ଚାଷୀ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗଭୀର ନଳକୂପ ଯୋଜନାରେ ଅଣ ଜଳସେଚିତ ଅଞ୍ଚଳରେ ଚାଷୀଙ୍କ କ୍ଷେତକୁ ପାଣି ଯୋଗାଇ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ବିଜୁ ଗଭୀର ନଳକୂପ ଯୋଜନା କାର୍ଯ୍ୟକାରୀ କଲେ ତେବେ ଏହା କେତେ ଦୂର କାର୍ଯ୍ୟକାରୀ ହେଉଛି ତାର ସମୀକ୍ଷା ହେବା ଆବଶ୍ୟକ ବୋଲି ମତପ୍ରକାଶ ପାଉଛି । ସୂଚନା ଅନୁସାରେ ୨୦୧୭ ମସିହାରେ ନିଜ କ୍ଷେତକୁ ପାଣି ପାଇବା ଆଶାରେ ବହୁ ଚାଷୀ ମରୁଡି ଗସ୍ତ ଅଞ୍ଚଳର ଚାଷୀମାନେ ବିଜୁ ଗଭୀର ନଳକୂପ ଯୋଜନା ଅନଲାଇନ ଆବେଦନ କରିବା ସହ ବ୍ୟାଙ୍କରେ ୨୦ ହଜାର ଟଙ୍କା ଲେଖାଁଏ ଜମା କରିଥିଲେ । କିନ୍ତୁ ୫ ବର୍ଷ ବିତିଗଲାଣି କ୍ଷେତକୁ ପାଣି ମଡାଇବା ଆଶାରେ ଚାଷୀମାନେ ମରିଚିକା ପଛରେ ଧାଉଁଛନ୍ତି । ଗତବର୍ଷ ଅନାବୃଷ୍ଟି ବା ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ପଦ୍ମପୁର ଅଞ୍ଚଳରେ ମରୁଡ଼ି ପରିସ୍ଥିତି ଉତ୍ପନ ହେବାରୁ ରାଜ୍ୟ ସରକାର ଯୁଦ୍ଧ କାଳୀନ ଭିତ୍ତିରେ ସମସ୍ତ ଗଭୀର ନଳକୂପକୁ କାର୍ଯ୍ୟକ୍ଷମ କରିବା ପାଇଁ ଘୋଷଣା କଲେ । କିନ୍ତୁ ଏହା କାର୍ଯ୍ୟକାରୀ ହେଲା ନାହିଁ କେବଳ ଭାଷଣରେ ରହିଗଲା ଯାହା ଫଳରେ ଚାଷୀମାନେ ମରୁଡ଼ିର ଶିକାର ହେଲେ । ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଲଉଡିଧରା ଗ୍ରାମ ପଞ୍ଚାୟତ ନିଲିଜିପତରା, ଲୋହରସିଂହାର ପାଖାପାଖି ୨ଶହ ଜଣ ଚାଷୀ ଡିପ ବୋରୱେଲକୁ କେବେ ବିଦ୍ୟୁତ ସଂଯୋଗ ଲାଗିବ ସେଥିପାଇଁ ବରଗଡ ଦୌଡି ଦୌଡି ଚାଷୀ ହତାଶ ହୋଇ ବସିଛନ୍ତି । ତୁରନ୍ତ ବିଦ୍ୟୁତ ସଂଯୋଗ ନ ହେଲେ ଚାଷୀ ମାନେ ଆନ୍ଦୋଳନ କରିବେ ବୋଲି ଚାଷୀ ନେତା ଦେବେନ୍ଦ୍ର ପଟେଲ, ଦେବୀ ଶଙ୍କର ପଟେଲ, ସତିଲାଲ ପଟେଲ, ଶିବ ପ୍ରସାଦ ଖରସେଲ, ନରେଶ ପଟେଲ, ଶତୃଘନ ପଟେଲ, ଲକ୍ଷ୍ମଣ ପ୍ରଧାନ, ଲକ୍ଷ୍ମଣ ପଟେଲ, ଶଙ୍ଗମଣି ପ୍ରଧାନ, ଧନୀରାମ ସତନାମୀ, ସୁଶାନ୍ତ ଭୁଏ, ଗୁରୁବାରୁ ବାଗ, ସୁଦର୍ଶନ ବାଗ ପ୍ରମୁଖ ଚେତାବନୀ ଦେଇଛନ୍ତି ।

jittmm
Leave A Reply

Your email address will not be published.