csstore

ଦୁଷ୍କର୍ମକାରୀ ସୁମିତ ମଲ୍ଲିକକୁ ଆଜୀବନ କାରାଦଣ୍ଡ

ବଲାଙ୍ଗିର, (କେପିଏନଏସ୍) : ଦୁଷ୍କର୍ମକାରୀ ସୁମିତ ମଲ୍ଲିକକୁ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି ଫାଷ୍ଟ ଟ୍ରାକ ଓ ପସକୋ କୋର୍ଟ। ସୂଚନାଯୋଗ୍ୟ ଯେ, ପିଲାଙ୍କ ମୁହଁରେ ଆହାର ଦେବା ପାଇଁ ସ୍ଥାନୀୟ ବ୍ରାହ୍ମଣପଡା ନିବାସୀ ଜଣେ ବିଧବା ମା’ ବାହାରକୁ କାମ କରି ଯାଉଥିବା ସମୟରେ ସୁଯୋଗ ଉଣ୍ଡି ତରଭା ନିବାସୀ ନିକଟ ସଂପର୍କୀୟ ସୁମିତ ମଲ୍ଲିକ ଘରେ ଥିବା ୮ ଓ ୧୧ ବର୍ଷର ଦୁଇ ନାବାଳିକା ଭଉଣୀଙ୍କୁ ଦୁଷ୍କର୍ମ କରି ଆସୁଥିବା ନେଇ ୨୦୧୬ ମସିହାରେ ଟାଉନ ଥାନାରେ ଅଭିଯୋଗ ହୋଇଥିଲା। ତେବେ ଏହି ମାମଲାରେ ଶୁଣାଣି କରି ଫାଷ୍ଟ ଟ୍ରାକ କୋର୍ଟ ଅଭିଯୁକ୍ତ ସୁମିତକୁ ପ୍ରତ୍ୟେକ ଅଭିଯୋଗ ପାଇଁ ୨୦ ବର୍ଷ ଲେଖାଏଁ ଜେଲ ଦଣ୍ଡ ଓ ୫୦ ହଜାର ଟଙ୍କା ଜରିମାନା ଶୁଣାଇଥିବା ସୂଚନା ମିଳିଛି।

jayashree
Leave A Reply

Your email address will not be published.