ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ସମାରୋହ ସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାର ଡିଗ୍ରୀ କଲେଜ କୁଶଙ୍ଗଠାରେ ଅଧ୍ୟକ୍ଷ ବିଜୟ କୁମାର କଲେଟଙ୍କ ଅଧ୍ୟକ୍ଷତାରେ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ସମାରୋହ ସଭା ଅନୁଷ୍ଠିତ ହୋଇଯାଇଛି । ଶେଷ ଏବଂ ଦ୍ଵିତୀୟ ବର୍ଷ ଛାତ୍ରଛାତ୍ରୀମାନେ ପ୍ରଥମ ବର୍ଷ ପିଲାଙ୍କୁ ଚନ୍ଦନ ଟୀକା ଏବଂ ଫୁଲ ଉପହାର ଦେଇ କଲେଜକୁ ସ୍ୱାଗତ ଜଣାଇଥିଲେ । ଡ. ଅଜିତ କୁମାର ଭୋଇ ସଭାକୁ ସଂଯୋଜନା କରି ଛାତ୍ରଙ୍କୁ ଶୃଙ୍ଖଳିତ ଜୀବନ ପାଇଁ ପ୍ରେରଣା ଦେଇଥିବା ବେଳେ ଡ. ଲକ୍ଷ୍ମଣ ମେହେର ପରିଶ୍ରମର ସଫଳତା ସମ୍ପର୍କରେ ତଥ୍ୟ ରଖିଥିଲେ । ସଭାରେ ଶମ୍ଭୁ ପ୍ରସାଦ ସାହୁ, ଚକ୍ରଧର ପଟେଲ, ରମାକାନ୍ତ ରାଉତ ଅତିଥି ଭାବେ ମଂଚାସୀନ ଥିଲେ । ଏହା ସହିତ ସ୍ୱାଗତ ଜଣାଇବା ଅବସରରେ ଚିନ୍ତାମଣି ଦାସ, ଅନୁପମା ପୃଷ୍ଟି, ରୋଜି ସାହୁ, ଜାଗୃତି ଗଡ଼ତ୍ୟା ଇତ୍ୟାଦି ଛାତ୍ରଛାତ୍ରୀମାନେ ବକ୍ତବ୍ୟ ରଖିଥିଲେ । ଶେଷ ବର୍ଷର ଛାତ୍ର ଶିବାଶିଷ ମିଶ୍ର ସଭା ଶେଷରେ ସମସ୍ତଙ୍କୁ ଧନ୍ୟବାଦ । ଏହା ବ୍ୟତୀତ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଗୀତ ଓ ନାଚ ପରି ମନୋରଞ୍ଜନ କାର୍ଯ୍ୟକ୍ରମ ସୁନ୍ଦର ଭାବେ ପରିବେଷିତ ହୋଇଥିଲା ।

Leave A Reply

Your email address will not be published.