ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପୂର୍ବତନ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓ ଓ ଯୁବନେତା ଅର୍କେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓ ଏବଂ ବିଜେଡ଼ି ଯୁବନେତା ଅର୍କେଶ ନାରାୟଣ ସିଂଦେଓ । ଟ୍ୱିଟର୍‌ ମାଧ୍ୟମରେ ଶୋକ ପ୍ରକାଶ କରି ଯୁବନେତା ଅର୍କେଶ କହିଛନ୍ତି ଯେ, ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣଙ୍କ ପରଲୋକ ଖବର ଖୁବ୍‌ ଦୁଃଖ ଦେଇଛି । ତାଙ୍କ ଭଳି ଜଣେ ଦକ୍ଷ ସାମ୍ବାଦିକଙ୍କ ହରାଇ ଆଜି ବଲାଙ୍ଗିର ମାଟି ଅନେକ କିଛି ହରାଇଛି । ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓ ଓ ଯୁବନେତା ଅର୍କେଶ ।

Leave A Reply

Your email address will not be published.