ନୂଆପଡା, (ନିରାକାର ମେହେର) : ବିକାଶ ଦେଖିବେ ନୂଆପଡା ସହରବାସୀ । ମୁକ୍ତା ଯୋଜନାରେ ନୂଆପଡା ସାହାରାଞ୍ଚଳ ପାଇଁ ୨.୭୮ କୋଟି ଟଙ୍କା ମଞ୍ଜୁର ହୋଇଛି । ଏଥିପାଇଁ ରାଜ୍ୟ ସରକାଙ୍କୁ କୃତଜ୍ଞତା ଜଣାଇଛି ଜିଲ୍ଲା ବିଜେଡି । ଏହି ଟଙ୍କାରେ ସହରାଞ୍ଚଳର ବିକାଶ ହେବା ସହ ଲୋକେ କର୍ମ ନିଯୁକ୍ତି ପାଇବେ ବୋଲି ବିଜେଡି କହିଛି । ଏହାପରେ ଶୁକ୍ରବାର ନୂଆପଡ଼ା ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସଭାପତି ମନୋଜ ମିଶ୍ରଙ୍କ ନେତୃତ୍ବରେ ଅନୁଷ୍ଠିତ ସମ୍ମିଳନୀରେ ଏ ସଂପର୍କରେ ସୂଚନା ଦିଆଯାଇଥିଲା । ଏହା ଜାଣିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ନୂଆପଡ଼ା ବିଜେଡି ତଥା ଜିଲ୍ଲାବାସୀ କୃତଜ୍ଞତା ଜଣାଇଛନ୍ତି । ଏହି ସମ୍ବାଦିକ ସମ୍ମଳନୀରେ ଜିଲ୍ଲା ସାଧାରଣ ସଂପାଦକ ଲମ୍ବୋଦର ନିଆଲ, ବିଜେଡି ସଭାନେତ୍ରୀ ସରସ୍ଵତୀ ବାଗ, ପୂର୍ବତନ ନଗରପାଳ ଖୁଲାଣା ବେହେରା, ୟସୀନ ମହମ୍ମଦ, ବିଜେଡି ଜିଲ୍ଲା ଉପସଭାପତି ମନୋଜ ଦୀପ, ଜିଲ୍ଲା ପରିଷଦ ସଭ୍ୟା ସନ୍ତୋଷିନୀ ସଲମା, ଜିଲ୍ଲା ଛାତ୍ର ଜନତା ସଭାପତି ଅମିତ ସିଂ ଦେଓ, ନଗର ଛାତ୍ର ଜନତା ସଭାପତି ଅନ୍ବେଷ ତ୍ରିବେଦୀ, ମମତା ମଞ୍ଜରୀ ଥପା, ଦିନେଶ ତିୱାରି, ବିଜୁ ଜନତା ଦଳ କର୍ମୀ ଯୋଗ ଦେଇଥିଲେ ।
Prev Post
Next Post