ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପଛପଟ ହତ୍ୟାକାଣ୍ଡ ଘଟଣା : ଭାଇରାଲ୍‌ ହେଉଛି ନୃଶଂସ ଭିଡ଼ିଓ, ଲୋକେ ଆତଙ୍କିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପଛପଟ ହତ୍ୟାକାଣ୍ଡ ଘଟଣା ଏବେ ସାରା ସହରରେ ଆତଙ୍କ ସୃଷ୍ଟି କରିଛି । ଏହି ନୃଶଂସ ହତ୍ୟାକାଣ୍ଡର ଭିଡ଼ିଓ ଭାଇରାଲ୍‌ ହେବାରେ ଲାଗିଛି ସୋସିଆଲ୍‌ ମିଡ଼ିଆରେ । ଘଟିଥିବା ଏହି ଘଟଣାରେ ଅଭିଯୁକ୍ତଙ୍କ ଅମାନବିକତାର ସୀମା ଟପି ଯାଇଥିବା ଅନୁଭବ କରୁଛନ୍ତି ଭାଇରାଲ୍‌ ହୋଇଥିବା ଭିଡ଼ିଓରେ ସହରବାସୀ । ଏଭଳି ଅପରାଧ ଯେ ଜନସମାଜରେ କେଉଁ ଭଳି ପ୍ରଭାବ ପକାଇବ, ତାହା ଅନୁମାନ ସାପେକ୍ଷ । ଅଭିଯୁକ୍ତ ଦୁହେଁ ଅମିତ୍‌ ଓ ଶୁଭମ୍‌ ନୃଶଂସ ଭାବେ ବିଶ୍ୱଦେବଙ୍କୁ ହତ୍ୟା କରିବା ପରେ ତାଙ୍କୁ କିପରି ନିଆଁ ଲଗାଇ ଜାଳୁଛନ୍ତି, ତାର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଘୁରି ବୁଲୁଛି । ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଦେଖାଇ ଆତଙ୍କ ସୃଷ୍ଟି କରୁଥିବା ଦୃଶ୍ୟ ମଧ୍ୟ ଭିଡ଼ିଓରେ ଦେଖାଯାଇଛି । ଦୁଇ ଅଭିଯୁକ୍ତଙ୍କୁ ପୋଲିସ୍‌ ଗିରଫ୍‌ କରି କୋର୍ଟ ଚାଲାଣ କରିଥିବା ବେଳେ ବଲାଙ୍ଗିର ସହରରେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏଠାରେ ସୂଚନାଯୋଗ୍ୟ ଯେ, ଏତେ ନୃଶଂସତା ଓ ଅମାନବୀୟତା ପୂରି ରହିଥିବା ସଂପୃକ୍ତ ଭିଡ଼ିଓକୁ ଦର୍ଶାଇବା ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟ ଛାତି ଥରି ଯାଉଥିବା ବେଳେ ଏହା ଜନସମାଜରେ କିଭଳି ପ୍ରଭାବ ପକାଇବ, ତାହା ଅନୁଭବ ସାପେକ୍ଷ ।

Leave A Reply

Your email address will not be published.