- ମାନସିକ ଅନଗ୍ରସରଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଯଥେଷ୍ଟ ଉଦ୍ୟମର ଆବଶ୍ୟକତା ରହିଛି – ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସ୍ଥାନୀୟ ଡା ହରେକୃଷ୍ଣ ମହତାବ ମାନସିକ ନ୍ୟୁନତା ସଂସ୍ଥାନ ପାଇଁ ପ୍ରାୟ ୭ଲକ୍ଷ ୩୫ ହଜାର ଟଙ୍କାର ଶିକ୍ଷଣୀୟ ଉପକରଣ ପ୍ରଦାନ ଉତ୍ସବର ଉଦ୍ଘାଟନ କରିଛନ୍ତି । ଆଶ୍ରା ବଲାଙ୍ଗିର ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କହିଛନ୍ତି ଯେ, ମାନସିକ ଅନଗ୍ରସର ସମାଜରେ ନିରିହତା ପ୍ରତୀକ । ମାନସିକ ଅନଗ୍ରସରଙ୍କ ପାଇଁ ସରକାରୀ ବା ବେସରକାରୀ ସ୍ତରରେ ଯାହ କିଛି ଉଦ୍ୟମ ହେଉଛି ତାହା ପ୍ରଶଂସା ଯୋଗ୍ୟ ହେଲେ ମଧ୍ୟ ପର୍ଯ୍ୟାପ୍ତ ନୁହେଁ । ଉଦାହରଣ ସ୍ୱରୁପ ୧୯୯୫ ମସିହାରୁ ଉକ୍ତ ସଂସ୍ଥାନ ଆରମ୍ଭ ହୋଇଥିଲେ ମଧ୍ୟ ମାତ୍ର ଦୁଇ ବର୍ଷ ହେବ ସରକାରୀ ସହାୟତା ପାଉଛି । ତେଣୁ ମାନସିକ ଅନଗ୍ରସରଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଆହୁରି ଅନେକ ଉଦ୍ୟମର ଆବଶ୍ୟକତା ରହିଛି । ସମାଜରେ ଏହି ବର୍ଗକୁ ଅଧିକାର ସୁରକ୍ଷୀତ କରିବା ପାଇଁ ଉକ୍ତ ସଂସ୍ଥାର ଆବଶ୍ୟକତା ଅନୁସାରେ ସରକାରୀ ହେଉ ବା ବ୍ୟକ୍ତିଗତ ସ୍ତରରେ ସମସ୍ତ ସହେଯାଗ ଯୋଗଇ ଦିଆଯିବ ଶ୍ରୀ ମିଶ୍ର ମତବ୍ୟକ୍ତ କରିଛନ୍ତି । ତେବେ ଏମ୍ସିଏଲ୍ ପକ୍ଷରୁ ସାମାଜିକ ଦାୟିତ୍ୱ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ସବୁ ଉପକରଣ ପ୍ରଦାନ କରାଯାଇଥିବା ସୂଚନା ରହିଛି । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବକୃଷ୍ଣ ସାହୁ ଓ ଆଶ୍ରା ସଂପାଦକ ରଞ୍ଜିତ ପ୍ରସାଦ ମାହନ୍ତିଙ୍କ ଉପସ୍ଥିତିରେ ବିଷ୍ଣୁ ପ୍ରସାଦ ବିଶ୍ୱାଳ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସଂସ୍ଥାନ ଅଧ୍ୟକ୍ଷା ସ୍ନେହଲତା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସସ୍ମିତା ମହାନ୍ତି, ମମତା ମହାନ୍ତି, ଜ୍ୟୋତି ପ୍ରସାଦ ମହାନ୍ତି, ବିରେନ୍ଦ୍ର ଭିତିରିଆ, ରଞ୍ଜିତ ନାଏକ, ସଂବିତ ପଟ୍ଟନାୟକ, ସବିତା ରଣା, ଗୀତାଞ୍ଜଳି ନାଗ, ଅଞ୍ଜନା ଭୋଇ, ରିଙ୍କି ଥପା, ଝସକେତନ ସାହୁ, ସୁନିଲ ପ୍ରଧାନ, ରାଜେଶ୍ୱରୀ ସାହୁ, ସବିତା ତୁମନିଆ, ଭରତ ବିଶ୍ୱାଳ, ପ୍ରଶାନ୍ତ ନାଏକ, କାଲିଆମଣି ପୁଟେଲ, ରୁପେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।