csstore

ଏନ୍‌ପିଏସ୍‌ ଶିକ୍ଷକ ସଂଘର ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସର୍କିଟ ହାଉସଠାରେ ବଲାଙ୍ଗିର ଜିଲ୍ଲାର ଏନ୍‌ପିଏସ୍‌ ଶିକ୍ଷକ ସଂଘର ସଭାପତି ରାଜକୁମାର ଭୋଇଙ୍କ ନେତୃତ୍ୱରେ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଏହି ଦାବୀପତ୍ରରେ ନୂତନ ପେନ୍‌ସନ୍‌ ଯୋଜନା ପ୍ରତିବଦଳରେ ପୁରୁଣା ପେନ୍‌ସନ୍‌ ଯୋଜନା କାର୍ଯ୍ୟକାରୀ କରିବା, ୬ ବର୍ଷର ଚୁକ୍ତିଭିତ୍ତିକ ଅବଧିକୁ ନିୟମିତ ଚାକିରୀରେ ଯୋଗ କରିବା, ସପ୍ତମ ବେତନ କମିଶନ ଅନୁସାରେ ଘର ଭଡା ପ୍ରଦାନ ଏବଂ ବକେୟା ୫୦% ଏରିଅର ପ୍ରଦାନ, ବିଭିନ୍ନ ବିଦ୍ୟାଳୟର ରକ୍ଷଣାବେକ୍ଷଣ ଓ କ୍ରିୟାନ୍ୱୟନ ପାଇଁ କିରାଣୀ, ଲାଇବ୍ରେରିଆନ, ପିଅନ ଓ ଝାଡୁଦାର ନିଯୁକ୍ତି ବିଷୟ ଉଲ୍ଲେଖ କରାଯାଇଥିଲା । ସମ୍ପାଦକ ବୀରକିଶୋର ସୁନା, ରଞ୍ଜିତ ମିଶ୍ର, ଦ୍ୱିତୀ ରଂଜନ ମହାଲିଙ୍ଗ, ନରେଶ ଦ୍ୱାରୀ, ସୁରେଶ ବାରିକ, ହେମନ୍ତ ବାରିକ, ଦେବାଶିଷ ବିଶି, ଭକ୍ତ ଚରଣ ନାଏକ, ସତ୍ୟାନନ୍ଦ ବିଶ୍ୱାଳ, ରମାଇଁ ରଂଜନ ସା, ଅନାକାର ସାହୁ, ରାଏଗୁପ୍ତା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.