csstore

ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବଙ୍କ ବୌଦ୍ଧ ଗସ୍ତ

ବୌଦ୍ଧ, (ବଂଶୀଧର ମାଝୀ) : ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ରେଗା ଗୀତାରାଣୀ ପଟ୍ଟନାୟକ, ୟୁନିସେଫ ରାଜ୍ୟ ପରାମର୍ଶଦାତ୍ରୀ ଦେବୀକା ସାହୁ, ପ୍ରୋଗ୍ରାମ ମ୍ୟାନେଜର (ଓଏସ୍‌ସିପିସିଆର) ପ୍ରିତିକାନ୍ତ ପଣ୍ଡା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଲକ୍ଷପତି ଭୋଇଙ୍କ ସହ ହରଭଙ୍ଗା ବ୍ଲକର ସମନ୍ୱିତ ଶିଶୁ ବିକାଶ କେନ୍ଦ୍ରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ୱାନ ଷ୍ଟପ ସେଣ୍ଟର(ସକ୍ଷୀ), ସ୍ୱଧାର ଗୃହ ଓ ଶିଶୁ ଯତ୍ନ ଅନୁଷ୍ଠାନ ଇତ୍ୟାଦି ବୁଲି ତଦାରଖ କରିଥିଲେ । ପରେ ପରେ ବୌଦ୍ଧ ବ୍ଲକର ଓଲଣ୍ଡା ଗ୍ରାମର ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିଥିଲେ ଓ କିଶୋରୀ ବାଳିକା ଏବଂ ମମତା ମା’ମାନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଶେଷରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ସହିତ ସାକ୍ଷାତ କରି ଜିଲ୍ଲାରେ ବିଭାଗ ପକ୍ଷରୁ ଚାଲିଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ଆଲୋଚନା କରିଥିଲେ ।

jayashree
Leave A Reply

Your email address will not be published.