ଗାଁ ସାଥୀ ସଂଘର ବିଧାୟକଙ୍କୁ ଦାବୀପତ୍ର ପ୍ରଦାନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଗାଁ ସାଥୀ ସଂଘ ତରଫରୁ ପାଂଚଦଫା ଦାବୀକୁ ନେଇ ଏକ ଦାବୀପତ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମାନ୍ୟବର ନର୍ଲା ବିଧାୟକ ଭୂପିନ୍ଦର ସିଂହଙ୍କୁ ପ୍ରଦାନ କରାଯାଇଛି । ଭୁଜେଶ୍ୱର ସାହୁ ଏବଂ ବଳରାମ ସାହୁଙ୍କ ନେୃତୃତ୍ୱରେ ଏହି ଦାବୀପତ୍ର ପ୍ରଦାନ ସମୟରେ ପ୍ରହଲ୍ଲାଦ ରଣା, ରୋହିତ କୁମାର ସାହୁ, ଦ୍ୱିତୀକୃଷ୍ଣ ସାହୁ, ଲମାଚର୍ଯ୍ୟ ସାହୁ, ବିପ୍ର ସାହୁ, ବିଜୟ କୁମାର ଗହୀର, ଭୁବନ ବାଗ, ପବିତ୍ର ରଣା, ରୋମାଂଚଳ ଉପସ୍ଥିତ ରହି ଗାଁ ସାଥୀଙ୍କୁ ସ୍ଥାୟୀ ନିଯୁକ୍ତି, ମାସିକ ପ୍ରୋତ୍ସାହନ ଏବଂ ଅନ୍ୟାନ୍ୟ ଦାବୀ ସମୂହକୁ ନେଇ ଏକ ପାଂଚ ଦଫା ଦାବୀପତ୍ର ପ୍ରଦାନ କରାଯାଇଥିଲା ।

jittmm
Leave A Reply

Your email address will not be published.