କୋମନା ପୋଲିସ ଦ୍ୱାରା ୧୧ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡା, (ନିରାକାର ମେହେର) : ବାହାର ରାଜ୍ୟକୁ ଚଲାଣ ବେଳେ ନୂଆପଡା ଜିଲ୍ଲା କୋମନା ପୋଲିସ ଦ୍ୱାରା ୧୧ ଦାଦନ ଶ୍ରମିକ ଉଦ୍ଧାର କରାଯାଇଛି । ଏମାନଙ୍କ ମଧ୍ୟରେ ୫ ଜଣ ଶିଶୁ ୬ ଜଣ ପୁରୁଷ ଓ ମହିଳା ଅଛନ୍ତି । ଉଦ୍ଧାର ଦାଦନମାନେ କୋମନା ବ୍ଲକ ପେଣ୍ତରାବନ ପଞ୍ଚାୟତ ପଲସିପାନି ଗାଁର ବୋଲି ସୂଚନା ମିଳିଛି । ଏମାନେ ଏକ ଗାଡିରେ ଲାଠୋର ଯାଇ ସେଠାରୁ ହାଇଦ୍ରାବାଦ ଇଟା ଭାଟିକୁ ଯାଇଥାନ୍ତେ । ଜିଲ୍ଲା ଶ୍ରମ ଅଧିକାରୀଙ୍କ ତଦନ୍ତ ପରେ ଉଦ୍ଧାର ଶ୍ରମିକଙ୍କୁ ନିଜ ଗାଁକୁ ପଠାଇ ଦିଆଯିବ ବୋଲି କୋମନା ପୋଲିସ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.