କୁଳିଙ୍ଗାମାଲ ଗ୍ରାମରେ ଅଲେଖ ମହିମା ନାମଯଜ୍ଞ ଅନୁଷ୍ଠିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ କୁଳିଙ୍ଗାମାଲ ଗ୍ରାମରେ ପରମ୍ପରା ଅନୁଯାୟୀ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଅଲେଖ ମହିମା ନାମଯଜ୍ଞ ଅନୁଷ୍ଠିତ ହୋଇଅଛି । ନାମଯଜ୍ଞ ବୈଦିକ ଯଜ୍ଞ ତଥା ଅଲେଖ ମହିମା ଧର୍ମଧୁନୀ ପ୍ରଜ୍ଜ୍ୱଳନ ଆଦି କରାଯାଇଥିଲା । ଘୃତବତି ପ୍ରଜ୍ଜ୍ୱଳନ କରାଯିବା ସହ ବ୍ରହ୍ମ ଧ୍ୱନି ସ୍ଥାପନ କରାଯାଇଥିଲା । ଭୋର ସକାଳେ ପୂଜାର୍ଚନା ସଂପନ୍ନ ହୋଇଥିଲା । ଏହି ପବିତ୍ର ମାସର ଶେଷ ଦିବସ ତଥା କାର୍ତିକ ଶୁକ୍ଲପକ୍ଷ ପୂର୍ଣ୍ଣିମା ଦିନ ଏବଂ ମାସ ସାରା ଭାରତ ବର୍ଷରେ ସମସ୍ତ ହିନ୍ଦୁମାନେ ପବିତ୍ର ମାସ ଭାବେ ପାଳନ କରିଥାନ୍ତି । ଏହି ପବିତ୍ର ମାସରେ ଦୀପାବଳୀ, ବଡ଼ଓଷା, ଅଁଳାନବମୀ, ଆଦି ପର୍ବଗୁଡିକୁ ଲୋକମାନେ ବଡ଼ ଭକ୍ତି ଓ ଶ୍ରଦ୍ଧା ସହିତ ପାଳନ କରିଥାନ୍ତି । ଏହି ମାସରେ ପଡୁଥିବା ପଞ୍ଚୁକ ବ୍ରତ ବୋଇତ ବନ୍ଦାଣ ଛାଡ଼ଖାଇ ପାଳନ କରିଥାନ୍ତି । ପବିତ୍ର ପାତାଳଗଙ୍ଗାଠାରେ ତଥା ଜିଲ୍ଳାର ପବିତ୍ର ପୀଠସ୍ଥଳୀରେ କାର୍ତ୍ତିକ ମାସ ଶେଷ ଦିବସ ଅର୍ଥାତ କାର୍ତ୍ତିକ ପୂର୍ଣ୍ଣିମା ଦିନ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଏ । ଏହି କାର୍ତ୍ତିକ ପୂର୍ଣ୍ଣିମା ଦିନ ଅଲେଖ ମହିମା ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହି ଯଜ୍ଞ ମହୋତ୍ସବରେ ବହୁତ ଭକ୍ତବୃନ୍ଦ ଓ ସାଧୁସନ୍ଥମାନେ ଯୋଗ ଦେଇଥିଲେ । ଏହି ଅବସରରେ ମହିମା ଆଶ୍ରମ ପରିସରରେ ଭଜନ ଓ ସଂକୀର୍ତନ ସମାରୋହ ହୋଇଥିଲା ।

Leave A Reply

Your email address will not be published.