ଆଜି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପାଳିତ ହେବ ଉଡ଼ାନ ଉତ୍ସବ

ଝାରସୁଗୁଡ଼ା : ଆଜି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପାଳିତ ହେବ ଉଡ଼ାନ ଉତ୍ସବ । ଏହି ଉତ୍ସବରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଯୋଗଦେଇଥିଲେ । ଏଠାରେ ପହଞ୍ଚିବା ପରେ ଆୟୋଜିତ ହେବାକୁ ଥିବା ହସ୍ତତନ୍ତ ବସ୍ତ୍ର ପ୍ରଦର୍ଶନୀକୁ ଉଦ୍‌ଘାଟନ କରିବାକୁ ଥିବା ବେଳେ ଦିନ ୧ଟାରେ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମ ୪ଟା ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଝାରସୁଗୁଡ଼ାରୁ ଆଉ କିଛି ରୁଟକୁ ବିମାନ ଚଳାଚଳ କିମ୍ବା ବିମାନ ବନ୍ଦର ବିକାଶ ଦିଗରେ ଆଉ କିଛି ଘୋଷଣା କରିପାରନ୍ତି ବୋଲି ଝାରସୁଗୁଡ଼ାବାସୀ ଆଶା କରିଛନ୍ତି । ବର୍ତ୍ତମାନ ଝାରସୁଗୁଡ଼ାରୁ ଭୁବନେଶ୍ୱର, ରାୟପୁର, କୋଲକାତା, ହାଇଦ୍ରାବାଦ, ଦିଲ୍ଲୀ ଓ ଚେନ୍ନାଇକୁ ବିମାନ ସେବା ମିଳୁଛି ।

Leave A Reply

Your email address will not be published.