୭୫ଲକ୍ଷ ଟଙ୍କା ବ୍ୟୟରେ ସ୍ମାର୍ଟ ପାର୍କ ନିର୍ମାଣ ନେଇ ଉପଜିଲ୍ଲାପାଳଙ୍କ ଜମି ଚିହ୍ନଟ

କଂଟାବାଂଜି, (ଅର୍ଜୁନ କୁମାର ହଂସ) : ଓଡିଶା ସରକାରଙ୍କ ଦ୍ୱାରା ପ୍ରତ୍ୟେକ ଏନ୍‌ଏସି ଏବଂ ମ୍ୟୁନିସିପାଲିଟିରେ ୭୫ ଲକ୍ଷ ଟଙ୍କାରେ ହେବାକୁ ଥିବା ସ୍ମାର୍ଟ ପାର୍କ ନିର୍ମାଣ ନେଇ କଂଟାବାଂଜି ଏନ୍‌ଏସିରେ ମଧ୍ୟ ଶୁକ୍ରବାର ଦିନ ଜମି ଚିହ୍ନଟ ହୋଇଛି । ଦୀର୍ଘ ବର୍ଷ ଧରି ତହସିଲ ଅଫିସ ପଛପଟେ ଥିବା ଓଡିଶା ଖାଦ୍ୟ ନିଗମର ପରିତ୍ୟକ୍ତ ଅବ୍ୟବହୃତ ୬ଟି ଗୋଦାମ ଗୃହ ଏବଂ ଖାଲି ପଡିଥିବା ଜମି ଉପରେ ନୂତନ ଭାବେ ନିର୍ମାଣ ହେବାକୁ ଥିବା ସ୍ମାର୍ଟ ପାର୍କ ପାଇଁ ଉପଜିଲ୍ଲାପାଳ ଟିଟିଲାଗଡ ତଥା ପ୍ରଶାସକ କଂଟାବାଂଜି ଏନ୍‌ଏସି ସତ୍ୟବାନ ମନୋଜ ମହାଜନ, ନିର୍ବାହୀ ଅଧିକାରୀ ସାମ୍ମି ରେଡ୍ଡି ଜୟଶ୍ରୀ, ତହସିଲଦାର ଯୋଗେଶ୍ୱର ଧରୁଆ, ନୋଡାଲ ଅଫିସର ଚନ୍ଦ୍ର ଶେଖର ଭୋଇ, ମ୍ୟୁନିସିପାଲ ଇଂଜିନିୟର ଅଶୋକ ପଟ୍ଟନାୟକ ସହ ତହସିଲ ଓ ଏନ୍‌ଏସିର ଆର୍‌ଆଇ ଅମିନ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.