oom

ଡ଼ିଆର୍‌ଡିଏ ପ୍ରତିନିଧିଙ୍କ ମନରେଗା କାର୍ଯ୍ୟ ସମୀକ୍ଷା ଓ କ୍ଷେତ୍ର ପରିଦର୍ଶନ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମନରେଗା କାର୍ଯ୍ୟ ସମୀକ୍ଷା ଓ କ୍ଷେତ୍ର ଅନୁସଂଧାନ କରିବାକୁ ଏକ କେନ୍ଦ୍ରୀୟ ଅନୁସଂଧାନକାରୀ ଦଳ ପୁରୀ ଜିଲ୍ଲା ଗ୍ରାମ୍ୟ ବିକାଶ ସଂସ୍ଥାର ଏମ୍‌ସି ମିହିର ଓ ରାଜକିଶୋର ପରିଡାଙ୍କ ନେତୃତ୍ୱରେ ଏକ ପନ୍ଦର ଜଣିଆ ଟିମ୍ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଚାଁଇପୁର, ଗୁଆଳିପଡା ଏବଂ ମୁନିନ୍ଦା ଗ୍ରାମ ପଞ୍ଚାୟତର ବିଭିନ୍ନ ପ୍ରକଳ୍ପ ମାନର କ୍ଷେତ୍ର ପରିଦର୍ଶନ କରି ସେଗୁଡିକର କାଗଜପତ୍ର ଯାଞ୍ଚ କରିଥିଲେ । ଚାଁଇପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରଦ୍ୟୁମ୍ନ ପରିଡା ସେମାନଙ୍କୁ ଉତ୍ତରୀୟ ଦଇ ସ୍ୱାଗତ କରିଥିଲେ । ଏହାପରେ ଏକ ପ୍ରକଳ୍ପରେ ମାଟିକାମ ଲୋକମାନଙ୍କ ଦ୍ଵାରା ହେଉଥିବା ଦେଖାଇଥିଲେ । ଚାଁଇପୁର ଗ୍ରାମ ପଞ୍ଚାୟତରେ ମନରେଗା ଯୋଜନାକୁ ବହୁଳ ମାତ୍ରାରେ ଗୁରୁତ୍ୱ ଦିଆଯାଇ ବେକାର ଶ୍ରମିକଙ୍କୁ ନିଶ୍ଚିତ କର୍ମ ନିଯୁକ୍ତି ଯୋଗାଇ ଦେଇଥିବାରୁ ସରପଞ୍ଚଙ୍କୁ ଧନ୍ୟବାଦ ଦେଇଥିଲେ । ଡେଲାଙ୍ଗ ବ୍ଲକରେ ମନରେଗା ଯୋଜନା ସଫଳତାର ସହିତ କାର୍ଯ୍ୟକାରୀ ହେଉଥିବାରୁ ତଦନ୍ତକାରୀ ଦଳ ସନ୍ତୋଷ ପ୍ରକାଶ କରିଥିଲେ । ଏମ୍ ସି ମିହିର ଜେନା, ସରପଞ୍ଚ ପ୍ରଦ୍ୟୁମ୍ନ ପରିଡା, ଜିଆର୍‌ଏସ୍ ଆରତୀ ବିଶ୍ବାଳ, ୱାର୍ଡ ସଭ୍ୟ ରଘୁ ରାଉତ, ରମେଶ ମାଣ୍ଡିଆ, ଚାଁଇପୁର ପଞ୍ଚାୟତ ନରେଗା ଟିମ୍ ରଘୁନାଥ ନାୟକ, ଜିତେନ୍ଦ୍ର ଖଟ୍ଟେଇ, ବିଶ୍ବରଂଜନ ପରିଡା, ରାଜେଶ୍ ନାୟକ, ସୁନିଲ୍ ପରିଡା, ରମେଶ ପରିଡା, ବିକାଶ ବେହେରା, ଗାଁ ସାଥୀ ରବିନ୍ଦ୍ର ବାହିନୀପତି, ବୃନ୍ଦାବନ ନାୟକ ଓ ଗାୟତ୍ରୀ ବରାଳ ପ୍ରମୁଖ ତଦନ୍ତକାରୀ ଦଳଙ୍କୁ ସହଯୋଗ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.