ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ଗ୍ରାମର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ପତିତପାବନ ପାଠାଗାର ଆନୁକୂଲ୍ୟରେ ୩୩ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ରଧାକାନ୍ତ ମଠରେ ଅନୁଷ୍ଠିତ ହୋଇଯାଇଛି । ନଅଦିନ ଧରି ପ୍ରତ୍ୟହ ସକାଳେ ବ୍ୟାସ ପରମେଶ୍ୱର ଦାସ ମହାରାଜ ଜୀ ରାମାୟଣ ପାଠ କରିଥିଲେ । ସନ୍ଧ୍ୟାରେ ଅଯୋଧ୍ୟା ଦାସ ମହାରାଜ, ମାନସ କୁମାର ନାୟକ, କାଶୀନାଥ ରାଉତରାୟ ପ୍ରବଚନ ପ୍ରଦାନ କରିଥିଲେ । ପୁରୋହିତ ମଦନମୋହନ ମିଶ୍ର ଯଜ୍ଞ କାର୍ଯ୍ୟ ପରିଚାଳନା କରିଥିଲେ ।

Leave A Reply

Your email address will not be published.