ନନ୍ଦନକାନନରେ ଆଜିଠାରୁ ଚାଲିବ ଟୟ ଟ୍ରେନ୍

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ନନ୍ଦନକାନନରେ ପୁଣି ଟୟ ଟ୍ରେନ୍ ଚାଲିବ ବୋଲି ସୂଚନା ମିଳିଛି । ଆଜିଠାରୁ ଟୟ ଟ୍ରେନ୍ ଚାଲିବା ସୂଚନା ମିଳିଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ଦିନକୁ ୬ ଥର ଟୟ ଟ୍ରେନ୍ ଚାଲିବାକୁ ନିଷ୍ପତ୍ତି ନିଆଯାଇଛି । ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ୧୦ଟାରୁ ଟୟ ଟ୍ରେନ୍ ଚାଲିବା ଆରମ୍ଭ ହେବ । ଏଥିରେ ଗୋଟିଏ ଥରେ ଅତି ବେଶୀରେ ୭୨ ଜଣ ଯାଇପାରିବେ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି । ପ୍ରତି ୧ ଘଣ୍ଟା ବ୍ୟବଧାନରେ ଅର୍ଥାତ୍ ଦିନ ୧୧ଟା, ୧୨ଟା, ୧ଟା, ୨ଟା, ୩ଟା ଓ ଅପରାହ୍ନ ୪ଟାରେ ଚାଲିବ ଏହି ଟୟ ଟ୍ରେନ ବୋଲି ଜଣାପଡିଛି ।

Leave A Reply

Your email address will not be published.