କୋସଲ ବ୍ୟାସ ନିଳମାଧବ ପାଣିଗ୍ରାହୀ ଜୟନ୍ତି ଅବସରରେ ‘କୋସଲି ଦିନ’ ପାଳିତ

ପାଟଣାଗଡ, (କେପିଏନ୍‌ଏସ୍‌) : ସାହିତ୍ୟ ଅନୁଷ୍ଠାନ କୋସଲି ଡେରା ଦ୍ୱାରା ପାଟଣାଗଡ ନିକଟ କୁତମୁଣ୍ଡା ସ୍ଥିତ କାହ୍ନା ନର୍ସରୀଠାରେ କୋସଲ ବ୍ୟାସ ନିଳମାଧବ ପାଣିଗ୍ରାହୀଙ୍କ ଜନ୍ମଦିନକୁ ‘କୋସଲି ଦିନ’ ଭାବରେ ପାଳନ କରାଯାଇଛି । ଅନୁଷ୍ଠାନର ସଭାପତି ଭକ୍ତବନ୍ଧୁ ବିଶ୍ୱାଲ କବିଙ୍କର ସାହିତ୍ୟ ଜୀବନ ସଂପର୍କରେ ଆଲୋଚନା କରିଥିଲେ । କବି କ୍ଷୀରୋଦ୍ର କୁମାର ସାହୁ କବିଙ୍କର ମହାର୍ଘ ସାହିତ୍ୟକୃତି ଓ କୋସଲି ଭାଷା ପ୍ରତି ତାଙ୍କ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ । କୋସଲି ମହାଭାରତର ଅପ୍ରକାଶିତ ସଂଖ୍ୟାକୁ ପ୍ରକାଶ କରାଯାଇ ପାରିଲେ ତଥା କୋସଲି ଭାଷା ସାମ୍ବିଧାନିକ ମାନ୍ୟତା ପାଇପାରିଲେ କବିଙ୍କୁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେଇପାରିବ ବୋଲି ସଂପାଦକ ଲାଲଚନ ବଗର୍ତ୍ତୀ ମତବ୍ୟକ୍ତ କରିଥିଲେ । ଏ ଅଞ୍ଚଳର ଅନେକ ସାହିତ୍ୟପ୍ରେମୀ ଏ ଅବସରରେ ଯୋଗ ଦେଇଥିଲେ ଓ କାର୍ଯ୍ୟକ୍ରମ ପରିଚାଳନାରେ ରାଜେଶ ଶର୍ମା, ପ୍ରହଲ୍ଲାଦ ସାହୁ, ସନ୍ତୋଷ କୁମାର ଦାଶ, ସାନ୍ତନୁ ବୁଧିଆ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଭକ୍ତବନ୍ଧୁ ବିଶ୍ୱଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.