ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲର ରକ୍ତ ଭଣ୍ଡାରଠାରେ ଓଡିଶା ମୋ ପରିବାର ତରଫରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡିଶା ମୋ ପରିବାର ବଲାଙ୍ଗିର ଜିଲ୍ଲା ସଂଯୋଜକ ସାଗର ସଙ୍ଗମ ଶତପଥୀଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ମୋ ପରିବାର ଅଧ୍ୟକ୍ଷ ଅରୁପ ପଟ୍ଟନାୟକ ଯୋଗ ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଶିବିରରେ ସ୍ବେଛାସେବୀ ଯୁବକ ଓ ବିଜେଡି କର୍ମୀମାନେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି । ରକ୍ତ ଅଭାବରୁ ଯେମିତି ଜଣେ ବି ଲୋକଙ୍କ ଜୀବନ ନ ଯାଏ ତାହା ଓଡିଶା ମୋ ପରିବାରର ଲକ୍ଷ ରହିଛି । ସେ ଉଦ୍ଦେଶ୍ୟ ନେଇ ସାରା ଓଡ଼ିଶାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଓଡିଶା ମୋ ପରିବାରର ଏହି ମିଶନ ଯୋଗୁ ଆଜି ରାଜ୍ୟର କୌଣସି ସ୍ଥାନରେ ରୋଗୀ ରକ୍ତ ଅଭାବରୁ ମୃତ୍ୟୁ ମୁଖରେ ପଡୁନାହାନ୍ତି ବୋଲି ଓଡ଼ିଶା ମୋ ପରିବାରର ଅଧ୍ୟକ୍ଷ ଅରୁପ ପଟ୍ଟନାୟକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.