‘ସୋସିଆଲ ସେବୀ ଅନୁଷ୍ଠାନ ପରିବର୍ତନ ପଥେ ପଥେ’ର ତୃତୀୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର : ‘ସୋସିଆଲ ସେବୀ ଅନୁଷ୍ଠାନ ପରିବର୍ତନ ପଥେ ପଥେ’ର ତୃତୀୟ ବାର୍ଷିକ ଉତ୍ସବ ୟୁନିଟ ୯ଠାରେ ଥିବା କାର୍ଯ୍ୟାଳୟରେ ପାଳନ ହୋଇଯାଇଛି । ଏହି ବାର୍ଷିକ ଉତ୍ସବରେ ଦୁଇ ବର୍ଷ ଭିତରେ କରୋନା କାଳରେ କାର୍ଯ୍ୟ କରୁଥିବା ସାମ୍ବାଦିକ ତଥା ପୋଲିସ କର୍ମୀମାନଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଛି । ଏଥିରେ ଅଶୋକ ମହାନ୍ତି, ଲକ୍ଷ୍ମୀ ନାରାୟଣ କାନୁନଗୋ, ଚିନ୍ମୟ ପଣ୍ଡା, ସିମ୍ପଲ ନାୟକ ତଥା ଟ୍ରାଫିକ ପୋଲିସ ପ୍ରମୁଖ ସମ୍ମାନିତ ହୋଇଛନ୍ତି । ଏଥିସହିତ ମୁକ ବଧିରମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପଦ୍ମଶ୍ରୀ ଅରୁଣା ମହାନ୍ତି ଯୋଗ ଦେଇଥିଲେ । ଓଡ଼ିଆ ଫିଲ୍ମର ସୁପର୍‌ ଷ୍ଟାର୍‌ ସିଦ୍ଧାନ୍ତ ମହାପାତ୍ର ଉପସ୍ଥିତ ଥିଲେ ।

Leave A Reply

Your email address will not be published.