ପୁଣି ଫେରିଲା ଦନ୍ତା ହାତୀ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଡୁଡୁକା ଅଂଚଳକୁ ପୁଣି ଦନ୍ତା ହାତୀ ଫେରିଛି । ବର୍ତ୍ତମାନ ଧାନ ଅମଳର ସମୟ ଆସିଲାଣି, ଧାନ ଅମଳ ପାଇଁ ଚାଷୀ ସଜବାଜ ହେଉଥିବା ସମୟରେ ଡୁଡୁକା ଅଂଚଳର ଚାଷୀ ମାନଂକ ନିଦ ହଜାଇ ଦେଲାଣି ଦନ୍ତା ହାତୀ । ଏହି ହାତୀଟି ବର୍ତ୍ତମାନ ଛେଳିଆ ଜଂଗଲରେ ରହୁଛି । ପ୍ରାୟ ଏକମାସ ଆଗରୁ ଦନ୍ତା ହାତୀ ଆକ୍ରମଣରେ ୩ଜଣ ପ୍ରାଣ ହରାଇଛନ୍ତି । ସେତେବେଳେ ହାତୀଟି ସୋନପୁର ଅଂଚଳକୁ ଚାଲି ଯାଇଥିଲା । ବର୍ତ୍ତମାନ ହାତୀଟି ପୁଣି ଏହି ବ୍ଲକ ଅଂଚଳକୁ ପ୍ରବେଶ କରିବାରୁ ଧାନ କ୍ଷେତରେ ପଶି ଫସଲ ଖାଇ ଦଳିଚକଟି ନଷ୍ଟ କରି ଦେଇଛି । ତେଣୁ ଲୋକେ ଆତଂକିତ ହୋଇପଡିଛନ୍ତି । ଏନେଇ ସାଲେଭଟା ଫରେଷ୍ଟର ଚିତ୍ତ ଖମାରୀଂକୁ ପଚାରିବାରୁ ଛେଳିଆ ଜଂଗଲରେ ଥିବା ଦନ୍ତା ହାତୀ ଉପରେ ବନବିଭାଗର ଦୃଷ୍ଟି ରହିଛି ବୋଲି କହିଛନ୍ତି ।

Leave A Reply

Your email address will not be published.