oom

ଯୁବ ସମାଜସେବୀ ଓ ସାମ୍ବାଦିକଙ୍କ ଜନ୍ମଦିନ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ନୃସିଂହନାଥ ଧର୍ମଶାଳା ପରିସରରେ ପାଇକମାଲ ଯୁବ ସମାଜସେବୀ ସୁମିତ ଅଗ୍ରୱାଲ ଓ ସାମ୍ବାଦିକ ସୁମନ୍ତ ସାହୁଙ୍କ ଜନ୍ମଦିବସ ଅବସରରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଲାଇନ୍ସ କ୍ଲବ ସଭାପତି ଜନାର୍ଦ୍ଦନ ପଣ୍ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ପାଇକମାଲ ବିଡିଓ ଉପାଞ୍ଜଳି ମାଝି, ମୁଖ୍ୟବକ୍ତା ଭାବେ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଅଧ୍ୟକ୍ଷା କ୍ଷୀରାବ୍ଧୀ ତନୟା ରାଉତରାୟ, ସମ୍ମାନିତ ଅତିଥି ଭାବେ ପାଇକମାଲ ଥାନା ଆଇଆଇସି ବିଶ୍ବଜିତ୍ ମନବୋଧ, ଡା. ସୁରେଶ ଅଗ୍ରୱାଲ, ବଡ ଶତପଥି, ଦିଲ୍ଲିପ ଅଗ୍ରୱାଲ, ଶ୍ୟାମଲାଲ ପ୍ରଧାନ, ଗୋବର୍ଦ୍ଧନ ଅଗ୍ରୱାଲ, ସୁନ୍ଦରମଣୀ ନାୟକ, ମାତୃପ୍ରସାଦ ରଥ, ସୁଶାନ୍ତ ପଣ୍ତା, କିର୍ତ୍ତନ ସୋନୀ, ଡମ୍ବରୁ ଧର ସାହୁ ପ୍ରମୁଖ ଯୋଗଦାନ କରିଥିଲେ । ପାଇକମାଲ ଲାଇନ୍ସ କ୍ଲବ ନୃସିଂହନାଥ ଓ ମଙ୍ଗଲ ଟିଭିଏସର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୩୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ପଦ୍ମପୁର ରକ୍ତଭଣ୍ତାର ସଂଗ୍ରାମ କେଶରୀ ମହନ୍ତ ଓ ସାଥିମାନେ ରକ୍ତ ସଂଗ୍ରହରେ ସାହାଯ୍ୟ କରିଥିଲେ । ଶେଷରେ ସୁରଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.