ନୂତନ କିସମର ଚାପ ସହଣୀ ଅଧିକ ଅମଳକ୍ଷମ ପୁଷ୍ଟିଯୁକ୍ତ ଧାନକୁ ପରୀକ୍ଷାମୂଳକ ଭାବେ ପରୀକ୍ଷଣ

ଲୋଇସିଂହା, (ସୁଶିଳ କୁମାର ମିଶ୍ର) : ଲୋଇସିଂହା ବ୍ଲକଠାରେ ଆନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ର ଓ ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମିଳିତ ସହଯୋଗରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସ୍ଥାନ ମାନଙ୍କରେ ନୂତନ କିସମର ଚାପ ସହଣୀ ଅଧିକ ଅମଳକ୍ଷମ ପୁଷ୍ଟିଯୁକ୍ତ ଧାନକୁ ପରୀକ୍ଷାମୂଳକ ଭାବେ ଲୋଇସିଂହା ବ୍ଲକଠାର କନ୍ଦାଯୁରୀ କ୍ଷୁଦ୍ର ଜଳପ୍ରକଳ୍ପ ଅଧିନରେ ଥିବା ପଣ୍ଡରାଣୀ, ତେନ୍ତୁଳିଖୁଣ୍ଟି ଏବଂ କନ୍ଦାଜୁରୀ ଗ୍ରାମରେ ପରୀକ୍ଷା କରାଯାଇ ଥିଲା । ଓଡିଶା ସରକାରଙ୍କ ସମନ୍ୱିତ ଜଳସେଚନ ପ୍ରକଳ୍ପ ଜଳବାୟୁ ପରିବର୍ତ୍ତନକୁ ସୁହାଇଲା ଭଳି ନୂତନ କିସମର ଧାନଚାଷ କରାଯାଇ ବଲାଙ୍ଗିର ଜିଲ୍ଲାର ଜଳବାୟୁକୁ ଲକ୍ଷ୍ୟ କରି ବିଭିନ୍ନ କିସମର ୧୯ ପ୍ରକାର ଧାନକୁ ପଣ୍ଡରାଣୀ ଗ୍ରାମରେ ଥିବା ଜୟ ହନୁମାନ ପାଣି ପଂଚାୟତ ତଥା ପଣ୍ଡରାଣୀରେ ଥିବା ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ସହାୟତାରେ ୧୯ କିସମର ବିଭିନ୍ନ ଅବଧିର ଧାନକୁ ଚାଷ କରାଯାଇଥିଲା । ଗତକାଲି ଏହି ମୂଲ୍ୟ ଆକଳନ ଶସ୍ୟକାଟ କ୍ଷେତ୍ର ଦିବସରେ ଉପସ୍ଥିତ ହୋଇ ବ୍ଲକ କୃଷି ଅଧିକାରୀ ଉମାଶଂକର ପତି ଚାଷିମାନଙ୍କୁ ଅଧିକ ଅମଳକ୍ଷମ ଗୁଣବତ୍ତା ଧାନଚାଷ ନିମନ୍ତେ ଅନୁରୋଧ କରିଥିଲେ । ଏହାପରେ ବିଭିନ୍ନ ଚାଷୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ମା’ ମଂଗଳାସିଂହବାହିନୀ, ମା’ ଦୁର୍ଗା, ମା’ ଧରିତ୍ରୀ ସାଗରିକା ଉପସ୍ଥିତ ରହି ଧାନର ମୂଲ୍ୟାଂକନ କରିଥିଲେ । ଆନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ରର ଦିଲ୍ଲିପ କୁମାର ରାଉତ ଏବଂ ଆଶିଷ କୁମାର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅଂକିତ, ଡିଆଇଆର-୫୦, ବିରି-୬୯, ବିରି-୧୭, ସିଆର-୩୧୦, ସିଆର-୩୧୧, ସ୍ବର୍ଣ୍ଣ ଶକ୍ତି ସ୍ବର୍ଣ୍ଣ ଶ୍ରୀୟା ଆଦି ୧୯ ପ୍ରକାର ଧାନକୁ ଚାଷ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଇରିର ସମ୍ପଦ କୁମାର ନାଏକ ସ୍ବାଗତ ଭାଷଣ କରିଥିବା ବେଳେ ଅଫିସର ଦିଲ୍ଲିପ କୁମାର ରାଉତ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ କୃଷି କର୍ମକର୍ତ୍ତା ଧରିତ୍ରୀ ସାହୁ, ସୁକାନ୍ତି ମହାନନ୍ଦ ଉପସ୍ଥିତ ଥିଲେ । ସର୍ବୋକୃଷ୍ଟ ଧାନ ଭାବେ ବିଆର ଆର ଆଇ-୭୫, ବିରି-୬୯, ବିରି-୩୯, ଅଙ୍କିତ ଧାନକୁ ଶ୍ରେଷ୍ଠ ବିବେଚିତ କରିଥିଲେ । ଶେଷରେ ଅଗ୍ରଣୀ ଚାଷୀ ଜଗତ ରାମ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.