jayashree

ଆସନ୍ତା ନଭେମ୍ବର ୧୫ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲରେ ଖୋଲିବ ୬ଷ୍ଠ ଓ ୭ମ ଶ୍ରେଣୀ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଚଳିତ ନଭେମ୍ବର ୧୫ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲରେ ୬ଷ୍ଠ ଓ ୭ମ ଶ୍ରେଣୀ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । କୋଭିଡ୍ ମାର୍ଗଦର୍ଶିକା ଅନୁପାଳନରେ ରାଜ୍ୟର ସମସ୍ତ ବିଦ୍ୟାଳୟରେ ୬ଷ୍ଠ ଓ ୭ମ ଶ୍ରେଣୀର ଛାତ୍ରଛାତ୍ରୀମାନେ ପାଠ ପଢିବାର ବ୍ୟବସ୍ଥା ହୋଇଛି ବୋଲି ସୁବର୍ଣ୍ଣପୁରଠାରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି । ସୁବର୍ଣ୍ଣପୁର ସର୍କିଟ୍ ହାଉସ୍‌ଠାରେ ମନ୍ତ୍ରୀ ଶ୍ରୀ ଦାଶ ଏକ ସାମ୍ବାଦିକ ସମ୍ମିଳନୀରେ ଆହୁରି ସୂଚନା ଦେଇଛନ୍ତି ଯେ, ଆଗକୁ ରାଜ୍ୟରେ କରୋନାର ସଂକ୍ରମଣ ସ୍ଥିତି ଦେଖି ୧ମ ରୁ ୫ମ ଶ୍ରେଣୀ ଖୋଲିବାକୁ ସରକାର ଚିନ୍ତା କରୁଛନ୍ତି ।

Leave A Reply

Your email address will not be published.